Advertisment

ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ; ୨୨ ଆହତ, ୯ ଗୁରୁତର

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚରିଆବାଡ଼ରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ୨୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Group Clash

Group Clash

Advertisment

ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗଜପତି ଜିଲ୍ଲା ମୋହନା ଥାନା ଚରିଆବାଡ଼ରେ ଥିବା ଏକ ସରକାରୀ ଜମିକୁ ନେଇ ଉଭୟ ବିଜିପୁର ଓ ବାହାଡ଼ାପଦା ଗ୍ରାମବସୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଉଭୟ ଗାଁର ୨୨ ଜଣ ଆହତ ହୋଇ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Advertisment

ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ବିଜିପୁର ଗାଁର ୨୮ ଓ ବାହାଡ଼ାପଦା ଗାଁରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ୪୦ ବର୍ଷ ହେଲା ସେମାନେ ସେହି ଜମିରେ ଚାଷ କରି ଆସୁଥିବା ବିଜିପୁର ଗ୍ରାମବାସୀ କହୁଥିବା ବେଳେ ବାହାଡ଼ାପଦା ଗ୍ରାମବାସୀ ସେହି ଜମି ପୂର୍ବ ପୁରୁଷରୁ ତାଙ୍କ ବୋଲି ଦାବି କରୁଛନ୍ତି । ଗଜପତି ଏସପି ଏବଂ ମୋହନା ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ପ୍ରଶାସନ ଜରିଆରେ ଗାଁରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି ଆଲୋଚନା କରିିଛନ୍ତି ।

Group Clash Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ