No entry to bearded dulhas! Grooms in this Rajasthan district need to have a clean shave to get marr
ପୁରୁଷ ମାନେ ସାଧାରଣତଃ ଦାଢ଼ି ରଖିବାକୁ ଭଲପାଆନ୍ତି । ସେମାନେ ବିଭିନ୍ନ ଫିଲ୍ମରୁ ପ୍ରେରିତ ହୋଇ ନିଜ ଦାଢ଼ିକୁ ମଧ୍ୟ ସେହି ଷ୍ଟାଇଲ୍ରେ କାଟିଥାନ୍ତି । ଏମିତିକି ଦାଢ଼ି ରଖିବା ବର୍ତ୍ତମାନ ଯୁଗର ଏକ ଟ୍ରେଣ୍ଡ ପାଲଟିଛି । କ୍ରିକେଟ୍ ଷ୍ଟାର ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ପୁଷ୍ପାର ଅଲ୍ଲୁ ଅର୍ଜୁନ, କେଜିଏଫ୍ ସୁପରଷ୍ଟାର୍ ୟଶ୍ ପର୍ଯ୍ୟନ୍ତ ସମସ୍ତେ ନିଜ ଦାଢ଼ି ପାଇଁ ବେଶ୍ ଚର୍ଚ୍ଚାରେ ଥାନ୍ତି । ହେଲେ ଆପଣ ଜାଣନ୍ତି କି ଏମିତି ବି ଅଞ୍ଚଳ ଅଛି ଯେଉଁଠି ପୁରୁଷଙ୍କୁ ଦାଢ଼ି ରଖିବା ସମ୍ପୂର୍ଣ୍ଣ ମନା । କେବଳ ଏତିକି ନୁହେଁ ପୁରୁଷଙ୍କ ଦାଢ଼ି ଉପରେ ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି ।
ରାଜସ୍ଥାନର ପାଲି ଜିଲ୍ଲାରେ ୧୯ ଟି ଗାଁର୍ ଦାଢ଼ି ରଖିବାକୁ ନେଇ ଫତୱା ଜାରି କରାଯାଇଛି । ଯେଉଁଥିରେ ଦାଢ଼ି ରଖିବା ପୁଅମାନେ ବିବାହ କରିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି । ଏହାସହ ବିବାହ କରିବାକୁ ଇଚ୍ଛୁକ ପୁରୁଷଙ୍କୁ କ୍ଲିନ୍ ସେଭ୍ କରିବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ମାନେ ଏହି ନିୟମକୁ ନମାନି ଦାଢ଼ି ରଖିବେ ସେହି ପୁଅମାନଙ୍କୁ ଝିଅ ଦିଆଯିବ ନାହିଁ ବୋଲି ମଧ୍ୟ ପତୱାରେ କୁହାଯାଇଛି ।
ପତୱା ଅନୁଯାୟୀ, ଯଦି ବର ଦାଢ଼ି ବଢ଼ାଇ ବିବାହ ବେଦୀରେ ବସେ ତେବେ ତାକୁ ସାତ ଫେରା ନେବାକୁ ଦିଆଯିବ ନାହିଁ। କୁମାୱତ ସମାଜର ବୈଠକରେ ଏହି ପ୍ରସ୍ତାବକୁ ପାରିତ କରାଯାଇଛି। ବିବାହ ଏକ ନିଆରା ପରମ୍ପରା, ଏଥିରେ ବରଙ୍କୁ ରାଜା ଭଳି ଦେଖାଯିବା ଉଚିତ। ହେଲେ ଯଦି ବର ଦାଢ଼ ରଖେ, ତେବେ ତାହା ଅଶୁଭ ବୋଲି ବିଶ୍ୱାସ କରାଯାଏ। ଫ୍ୟାଶନକୁ ନେଇ କୌଣସି ସମସ୍ୟା ନାହିଁ, କିନ୍ତୁ ବର ଦାଢ଼ି ରଖି ବିବାହ କରିବା ଆମକୁ ମଞ୍ଜୁର ନୁହେଁ ବୋଲି କମାୱତ ସମାଜ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ, ରାଜସ୍ଥାନର କୁମାୱତ ସମାଜର ସରପଞ୍ଚ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଯେଉଁଥିରେ ଉଲ୍ଲେକ ରହିଛି ଯେ, ଦାଢ଼ି ରଖିଥିବା ପୁରୁଷଙ୍କୁ ଝିଅ ଦିଆଯିବ ନାହିଁ । ଏହା କେବଳ ଗୋଟିଏ ଗାଁ ପାଇଁ ନୁହେଁ ବରଂ ପାଲି ଜିଲ୍ଲାର ୧୯ଟି ଗାଁରେ ଏହି ପତୱା ଜାରି କରାଯାଇଛି । ଯାହା ଆଖପାଖ ଅଞ୍ଚଳରେ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655553227.jpg)