Advertisment

ଗାଡ଼ି ବନ୍ଦ, ୨୮ କି.ମି.ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ୨୮ କିଲୋମିଟର ଚାଲିଲା ବର। ବରଯାତ୍ରୀଙ୍କ ସହ ବର ନିଜ ଗାଁରୁ ବାହାରି ଚାଲିଚାଲି କନ୍ୟା ଘରେ ପହଞ୍ଚିଥିଲା।

ଅଦ୍ୟତନ ହୋଇଛି
Odisha Driver Mahasangha Protest

Groom walks till bride’s residence in Rayagada amid state wide Odisha Driver Mahasangha protest

Advertisment

ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାର ୩ ମାସର ମହଲତ ନେଇଛନ୍ତି। ଏହି ୩ ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଡ୍ରାଇଭରମାନେ ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ଏହାଦ୍ୱାରା ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାତାୟାତଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ଅନେକ ଅସୁବିଧା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ରାୟଗଡ଼ା ଜିଲ୍ଲା ରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ୨୮ କିଲୋମିଟର ଚାଲିଲା ବର।

Advertisment

କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବାହା ହେବା ପାଇଁ ବର ନିଜେ ୨୮ କିଲୋମିଟର ଚାଲିଥିଲେ। ସୂଚନା ଅନୁସାରେ, ବରଯାତ୍ରୀଙ୍କ ସହ ବର ସୁନାଖଣ୍ଡି ପଞ୍ଚାୟତ ପର୍ଥିଗୁଡ଼ା ଗାଁରୁ ବାହାରି ଚାଲିଚାଲି ଡିବାଲୁପାଡୁ ଗାଁ କନ୍ୟା ଘରକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ବୈଦିକ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। 

(ରିପୋର୍ଟ-ମାଉଡ଼ି ବାରିକ, ରାୟଗଡ଼ା)

Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ