Advertisment

ନା ଥିଲା ଦାମୀ କାର୍‌, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ସାଇକେଲ୍‌ ଚଢ଼ି ବାହା ହେବାକୁ ଗଲେ ବର

ନା ଥିଲା ଦାମୀ କାର୍‌, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ବରଂ ସାଇକେଲ୍‌ ଚଢି ବର ବେଶରେ ବରଯାତ୍ରୀ ଧରି ବିବାହ ମଣ୍ଡପକୁ ଯାଇଥିଲେ ଏହି ଯୁବକ।

Groom Rides Cycle During His Marriage Procession

Groom Rides Cycle During His Marriage Procession

Advertisment

ବିବାହକୁ ସ୍ମରଣୀୟ ରଖିବା ପାଇଁ ଜାକଜକମରେ ବାହା ହେବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ହଳଦୀ, ସଙ୍ଗୀତ, ବିବାହ ପ୍ରୋସେସନ ଇତ୍ୟାଦି ସବୁକିଛି ନିଆରା ଢଙ୍ଗରେ କରିବାକୁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ଏଭଳି କିଛି ୟୁନିକ୍‌ ଷ୍ଟାଇଲ୍‌ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ବର ବେଶରେ ସଜେଇ ହୋଇ ସାଇକେଲ ଚଢି ଜଣେ ଯୁବକ ବାହା ହେବାକୁ ଯାଉଥିବା ଦେଖିବାକୁ ମିଳିଛି। ପେଟ୍ରୋଲ, ଡିଜେଲ ଦର ମହଙ୍ଗା ହୋଇଥିବା ବେଳେ ଏହାକୁ ପ୍ରତିବାଦ କରି ଭୁବନେଶ୍ୱରର ଏହି ଯୁବକ ସାଇକେଲ ଚଢ଼ି ବାହା ହେବାକୁ ଯିବା ଲାଗି ନିଷ୍ପତ୍ତି ନେଇଥିଲେ।

Advertisment

ନା ଥିଲା ଦାମୀ କାର୍‌, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ବରଂ ସାଇକେଲ୍‌ ଚଢି ଶୁଭ୍ରାଂଶୁ ସାମଲ ବର ବେଶରେ ବରଯାତ୍ରୀ ଧରି ବିବାହ ମଣ୍ଡପକୁ ଯାଇଥିଲେ। ପ୍ରୋସେସନରେ ଶୁଭ୍ରାଂଶୁଙ୍କ ସାଙ୍ଗସାଥି ଓ ସମ୍ପର୍କୀୟମାନେ ଚାଲି ଚାଲି ଯାଉଥିବା ନଜର ଆସିଥିଲା। ୟୁନିଟ -୩ ଅଞ୍ଚଳର ପରିବାର ସହ ଶୁଭ୍ରାଂଶୁ ରୁହନ୍ତି।ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା। 

Advertisment

ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟକ୍ରମ ହୋଇଥିଲା। ହେଲେ ଶୁଭ୍ରାଂଶୁ ସାଇକେଲ ଚଲାଇ ବର ବେଶରେ ଯିବାକୁ ମନସ୍ଥ କରିଥିଲେ।  ଏନେଇ ସେ ପରିବାର ଲୋକଙ୍କୁ ଜଣାଇବା ପରେ ସମସ୍ତେ ସହମତି ପ୍ରକାଶ କରିଥିଲେ। ଏଭଳି ବିବାହକୁ ବେଶ ପସନ୍ଦ କରିଛନ୍ତି ସାଧାରଣ ଲୋକେ।

Unique Marriage Marriage Procession
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ