Advertisment

ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ

ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଧୀରେ ଧୀରେ ଆଗଉ ଥିବାରୁ ପୁରୀ ବାସିନ୍ଦା ଖୁସିପ୍ରକଟ କରିଛନ୍ତି।

Greenfield Airport To Be Construct In Puri Very Soon

Greenfield Airport To Be Construct In Puri Very Soon

Advertisment

ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ। ସିପସରୁବାଲିର ଗିରଳଠାରେ ୧୫ ଶହ ଏକର ଜମି ଚିହ୍ନଟ ସରିଛି। ତେଣୁ ଖୁବ୍‌ଶୀଘ୍ର ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। ଏନେଇ ଇଡ୍‌କୋର ୩ ଜଣିଆ ଟିମ୍ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

Advertisment

ତେବେ ଜଙ୍ଗଲ ଓ ପରିବେଶଗତ ଦିଗ ସହ ସିଆରଜେଡ୍ ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ଏୟାରପୋର୍ଟର କିଛି ଅଂଶ ଆସୁଛି। ସବୁ ପ୍ରତିବନ୍ଧକକୁ ଦୂର କରି ଖୁବ୍‌ଶୀଘ୍ର ଏୟାରପୋର୍ଟ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଧୀରେ ଧୀରେ ଆଗଉ ଥିବାରୁ ପୁରୀ ବାସିନ୍ଦା ଖୁସିପ୍ରକଟ କରିଛନ୍ତି। ଇଡ୍‌କୋ ଦ୍ୱାରା ଜମି ଅଧିଗ୍ରହଣ, ଟେକ୍ନୋ ଫେସିବିଲିଟି ସର୍ଭେ ଓ ସମସ୍ତ ଅନୁମତି ହାସଲ ପରେ ଖୁବ୍‌ଶୀଘ୍ର ଶ୍ରୀଜଗନ୍ନାଥ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ କାମ ଆରମ୍ଭ ହେବ। ଆସନ୍ତା ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। 

Advertisment
Greenfield Airport Greenfield Airport Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ