Advertisment

ରାଜ୍ୟରେ ୧୪ଟି ହାତୀ କରିଡର ପାଇଁ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ରାଜ୍ୟରେ ରହିଥିବା ହାତୀଙ୍କ ସୁରକ୍ଷା ଲାଗି ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ, ହାତୀଙ୍କ ଚଲାପଥ ସୁରକ୍ଷିତ କରିବାକୁ ଖୁବଶୀଘ୍ର ୧୪ଟି ହାତୀ କରିଡର ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ । ୨ ମାସ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି ।

ରାଜ୍ୟରେ ୧୪ଟି ହାତୀ କରିଡର ପାଇଁ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

Elephant Corridor

Advertisment

ଭୁବନେଶ୍ୱର: ରାଜ୍ୟରେ ରହିଥିବା ହାତୀଙ୍କ ସୁରକ୍ଷା ଲାଗି ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ, ହାତୀଙ୍କ ଚଲାପଥ ସୁରକ୍ଷିତ କରିବାକୁ ଖୁବଶୀଘ୍ର ୧୪ଟି ହାତୀ କରିଡର ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ । ୨ ମାସ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି ।

Advertisment

୨୦୧୫ ଯାଏଁ ହୀତ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୯୭୭ଟି ହାତୀ ଥିଲେ । ରାଜ୍ୟରେ ଏବେ ୩ଟି ହାତୀ ଅଭୟାରଣ୍ୟ ରହିଛି । ତେବେ ରାଜ୍ୟରେ ଗୋଟିଏ ହେଲେ ବି ହାତୀ କରିଡର ନାହିଁ । ରାଜ୍ୟରେ ମୋଟ ୮୭୦.୬୧ ବର୍ଗ କିଲୋମିଟର ମଧ୍ୟରେ ଏହି ୧୪ ହାତୀ କରିଡର କରିବାକୁ ସ୍ଥିର ହୋଇଛି । ଏହି କରିଡରର ଚଉଡ଼ା ୦.୦୮ କିଲୋମିଟରରୁ ୪.୬ କିଲୋମିଟର ପର୍ଯ୍ୟନ୍ତ ରହିଛି ।

ଏ ନେଇ ବିଜ୍ଞପ୍ତି ଜାରି କରିବାକୁ ପିସିସିଏଫ୍, ରାଜ୍ୟ ସରକାରଙ୍କୁ ୨୦୧୨ ଅକ୍ଟୋବର ୧୧ ତାରିଖରେ ପ୍ରସ୍ତାବ ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

Advertisment

ନିକଟରେ ସାରା ଦେଶରେ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରାଥମିକତା ଦିଆଯାଉଛି । ୨୦୧୨ ମସିହାଠାରୁ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜନବସତି ଭିତରକୁ ଆସି କ୍ଷୟକ୍ଷତି କରୁଥିବାରୁ ସେମାନଙ୍କୁ ଆକ୍ରମଣ କରାଯାଉଛି । ଏପରିକି ହାତୀ ଦାନ୍ତ ନେବା ପାଇଁ ସେମାନଙ୍କୁ ଶିକାର କରାଯାଉଛି ।

Advertisment

ସେପଟେ ବରଗଡ ଜିଲ୍ଲାରେ ଗତ ୫ ବର୍ଷ ଭିତରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ହାତୀ ‌ଆକ୍ରମଣରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବରଗଡ ଏସିଏଫ୍ ସୂଚନା ଦେଇଛନ୍ତି । ସେହିଭଳି କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜରେ ଥମୁନି ହାତୀ ମୃତ୍ୟୁ । ଗତ ମାସକ ମଧ୍ୟରେ ଗଲାଣି ୪ଟି ହାତୀଙ୍କ ଜୀବନ।

Bhubaneswar Odisha Elephant Corridor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ