Advertisment

ବାଣ ଫୁଟା ନେଇ ଗାଇଡ୍‌ଲାଇନ୍‌ ଜାରି କଲେ SRC

ରାଜ୍ୟରେ ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାଣ ଫୁଟା ନେଇ ସ୍ୱତନ୍ତ୍ର ରିଲିଫ‍ କମିଶନର(SRC) ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ରାଜ୍ୟରେ କେବଳ ସବୁଜ ବାଣ ହିଁ ବିକ୍ରି ଓ ଫୁଟା ଯାଇ ପାରିବ।

Firecrackers On Diwali: SRC Issues Guidelines

Firecrackers On Diwali: SRC Issues Guidelines

Advertisment

ଭୁବନେଶ୍ୱର: ରାଜ୍ୟରେ ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାଣ ଫୁଟା ନେଇ ସ୍ୱତନ୍ତ୍ର ରିଲିଫ‍ କମିଶନର(SRC) ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ରାଜ୍ୟରେ କେବଳ ସବୁଜ ବାଣ ହିଁ ବିକ୍ରି ଓ ଫୁଟା ଯାଇ ପାରିବ। 

Advertisment

ଜାଣନ୍ତୁ କ’ଣ ରହିଛି ଏହି ଗାଇଡ୍‌ଲାଇନ୍‌ରେ....

  • CSIR-NEERI ଦ୍ୱାରା ସ୍ଥିରୀକୃତ ସବୁଜ ବାଣ ଛ଼ଡ଼ା ଅନ୍ୟ କୌଣସି ପ୍ରକାର ବାଣର ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି
  • ତୈଳ ଓ ବିସ୍ଫୋରକ ନିରାପତ୍ତା ସଂସ୍ଥା PESO ଦ୍ୱାରା ଅନୁମୋଦିତ ବା ସାର୍ଟିଫିକେଟ୍ ପାଇଥିବା ବ୍ୟବସାୟୀ ହିଁ ସବୁଜ ବାଣ ବିକ୍ରି କରିପାରିବେ
  • ବାଣ ବିକ୍ରି, ଗଚ୍ଛିତ ରଖିବା ନେଇ PESO ପ୍ରଦାନ କରିଥିବା ସାର୍ଟିଫିକେଟ୍ ସଂପୃକ୍ତ ବ୍ୟବସାୟୀ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଦାଖଲ କରିବେ
  • ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ପାଇଥିବା ବ୍ୟବସାୟୀ ହିଁ ବାଣ ବିକ୍ରି କରିପାରିବେ
  • ଜିଲ୍ଲା ପ୍ରଶାସନ ଓ ପୋଲିସ କମିଶନରେଟ୍ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ହିଁ ଦୋକାନ କରାଯାଇ ବାଣ ବିକ୍ରି କରାଯିବ
  • ବାଣ ଦୋକାନରେ କୋଭି଼ଡ୍ ପ୍ରୋଟୋକଲକୁ କଡ଼ାକଡ଼ି ପାଳନ କରାଯିବ
  • କେବଳ ୪ ତାରିଖ ଅର୍ଥାତ୍‌ ଦୀପାବଳି ଦିନ ରାତି ୮ଟାରୁ ୧୦ଟା ମଧ୍ୟରେ ହିଁ ବାଣ ଫୁଟା ଯାଇପାରିବ। ଏହି ସମୟ ବାହାରେ ବାଣ ଫୁଟାଇଲେ ନିୟମ ଉଲ୍ଲଂଘନକରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଗ୍ରୀନ କ୍ରାକର୍ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। କେବଳ ଦୀପାବଳି ଦିନ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି।

Advertisment
Odisha Diwali Firecrackers SRC Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ