Advertisment

ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ କଟକରୁ ଭୁବନେଶ୍ୱର ଗ୍ରୀନ୍ କରିଡର

କଟକ SCB ମେଡିକାଲ୍‌ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ହୋଇଛି। ଗ୍ରୀନ୍‌ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍‌ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା।

ଅଦ୍ୟତନ ହୋଇଛି
Green corridor

Green corridor

Advertisment

କଟକ SCB ମେଡିକାଲ୍‌ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ହୋଇଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ଗ୍ରୀନ୍‌ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍‌ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା। ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବ। 

Advertisment

ସୂଚନା ଅନୁସାରେ, ଅସୁସ୍ଥତା ଯୋଗୁ ସୁରତ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ଇନ୍ଦ୍ରମଣି ପାଣି ଗତ ୧୦ ଦିନ ପୂର୍ବେ SCB ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। କିଡ୍‌ନୀ ଜନିତ ସମସ୍ୟା ଓ ଉଚ୍ଚ ରକ୍ତ ଚାପ ଯୋଗୁ ICUରେ ତାଙ୍କର ଚିକିତ୍ସା ଚାଲିଥିଲା। 

ତେବେ ଅଧିକ ଚିକିତ୍ସା ପାଇଁ ଆଜି ସକାଳେ ଗ୍ରୀନ୍‌ କରିଡରରେ ତାଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ନିଆଯାଇଥିଲା। ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବ ବୋଲି ଜଣାପଡ଼ିଛି। ସେଠାରେ ତାଙ୍କର ଚିକିତ୍ସା ହେବ। ଇନ୍ଦ୍ରମଣି ପାଣିଙ୍କ ଘର ଢେଙ୍କାନାଳ।

Advertisment

SCB Medical Bhubaneswar Airport Green Corridor Patient Airl\ift
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ