ରାଜ୍ୟରେ ପ୍ରଥମ ଗ୍ରାସଆର୍ଟ ପାର୍କ : ଅଦରକାରୀ ଲୁହା ଓ କୃତ୍ରିମ ସବୁଜ ଘାସରେ ତିଆରି ହୋଇଛି ଆକର୍ଷଣୀୟ କଳାକୃତି

କେବଳ ଗ୍ରାସଆର୍ଟ ପାର୍କ ନୁହେଁ, ପୂର୍ବରୁ ଆଇଟିଆଇଟି ପରିସରରେ ଲାଗିଛି ବିରାଟ ବିରାଟ ଲୁହାର କଳାକୃତି ସ୍କ୍ରାପ୍

ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ସେଲଫି ନେବାକୁ ଜମୁଛି ଭିଡ

News Summary

ଅଦରକାରୀ ଲୁହା ଉପରେ କୃତ୍ରିମ ସବୁଜ ଘାସ

ଅଦରକାରୀ ଲୁହା ଉପରେ କୃତ୍ରିମ ସବୁଜ ଘାସ

ଅଦରକାରୀ ଲୁହା ଉପରେ କୃତ୍ରିମ ସବୁଜ ଘାସ

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ବ୍ରହ୍ମପୁର ସରକାରୀ ଆଇଟିଆଇରେ ସ୍ଥାପିତ ହୋଇଛି ରାଜ୍ୟର ପ୍ରଥମ ଗ୍ରାସଆର୍ଟ ପାର୍କ । ଅଦରକାରୀ ଲୁହାକୁ ବିଭିନ୍ନ ରୂପ ଦେଇ ତା’ଉପରେ ଲଗାଯାଉଛି କୃତ୍ରିମ ସବୁଜ ଘାସ । ଋଷିଆ ଶୈଳୀରେ ତିଆରି ହେଉଥିବା ଏହି ଆର୍ଟ ପାର୍କରେ ଲାଗୁଥିବା କଳାକୃତି ପାଇଁ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ଭୟ ଦୂର ହେବା ସହ ଏଭଳି କଳାକୃତି ତିଆରି କରିବାରେ ସେମାନେ ପାରଙ୍ଗମ ହୋଇ ପାରୁଛନ୍ତି ।

କେଉଁଠି ହାତୀ, ଘୋ଼ଡା, ଜେବ୍ରା ଓ ଠେକୁଆ ତ ଆଉ କେଉଁଠି ଠିଆ ହୋଇଛି ମୟୂର, ଗାଇ ଏବଂ ମା ଓ ଶିଶୁର କଳାକୃତି । କୃତ୍ରିମ ସବୁଜ ଘାସରେ ଚକ୍ ଚକ୍ କରୁଛି ସବୁକିଛି । ବ୍ରହ୍ମପୁର ଆଇଟିଆ ପରିସରରେ ରହିଛି ଭଳିକି ଭଳି ପ୍ରକାରର ଆକର୍ଷଣୀୟ କଳାକୃତି । ଅଦରକାରୀ ଲୁହାକୁ କାଟି ପରେ ସେଥିରେ ୱେଲଡିଂ କରି ପଶୁ ପକ୍ଷୀର ଢାଞ୍ଚା ଦିଆଯାଇଛି । ଏହାପରେ ସେଥିରେ ଲଗାଯାଇଛି କୃତ୍ରିମ ସବୁଜ ଘାସ । ଅଠା ବଦଳରେ ବ୍ୟବହାର ହୋଇଛି ଜିଆଇ ତାର । ବାସ୍ ତାପରେ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର କଳାକୃତି । ଏହି କାମରେ ଲାଗିଛନ୍ତି ଆଇଟିଆଇର ଫିଟର, ୱେଲଡର, ମେକାନିକାଲ ବିଭାଗର ଛାତ୍ରଛାତ୍ରୀ ଓ ଶିକ୍ଷକ ।

କେବଳ ଗ୍ରାସଆର୍ଟ ପାର୍କ ନୁହେଁ, ପୂର୍ବରୁ ଆଇଟିଆଇଟି ପରିସରରେ ଲାଗିଛି ବିରାଟ ବିରାଟ ଲୁହାର କଳାକୃତି ସ୍କ୍ରାପ୍ । ୱେଷ୍ଟ ମୋବାଇଲ, ଟିଭି ଓ କମ୍ପ୍ୟୁଟର ସହ ଇଲେକ୍ଟ୍ରୋନିକ୍ସ ଜିନିଷରୁ ତିଆରି ହୋଇଛି ଏସବୁ କଳାକୃତି । ଦିନ ତମାମ ଆଇଟିଆଇ ପରିସରରେ ସେଲଫି ପାଇଁ ଭିଡ ଜମୁଛି । ରାତିରେ ବି ଲୋକଙ୍କୁ ଆକର୍ଷିତ କରୁଛି ରଙ୍ଗୀନ ସ୍କାପ୍ କଳାକୃତି । ନୂଆ କନସେପ୍ଟରେ ତିଆରି ହୋଇଥିବା ସବୁଜ ଆର୍ଟ ପାର୍କ । ରାଜ୍ୟରେ ପ୍ରଥମ ଯାହା ଋଷ ପରେ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଭର୍ଚୁଆଲ ମୋଡରେ ଏହାକୁ ଆରମ୍ଭ କରିଛନ୍ତି ସ୍କିଲଡ୍ ଓଡ଼ିଶା ମୁଖ୍ୟ ସୁବ୍ରତ ବାଗଚୀ ।