ଦିବ୍ୟାଙ୍ଗ ନାତି ପାଇଁ ମାଆ ସାଜିଛି ଜେଜେମାଆ

ଭେଣ୍ଡିଆ ପୁଅକୁ ଜେଜେ ମାଆ ପାଖରେ ଛାଡି ଦେଇ ଆଖି ବୁଜିଲା ବୋହୂ । ଯିଏ ଦିନେ ଜେଜେ ମାଆ ହୋଇଥିଲେ, ଆଜି ସିଏ ମାଆ ହେଲେ । ଦିବ୍ୟାଙ୍ଗ ନାତି ଟୋକାର ଏମିତି ଯତ୍ନ ନେଉଛନ୍ତି ନଦେଖିଲେ ବିଶ୍ୱାସ ହେବନି ।

Grandmother turns mother for this Divyang boy abandoned by parents in Udala

ମାଆର ମମତା ଅମୂଲ ମୂଲ । ସବୁ ସ୍ନେହ ମମତା ପିଲା ପାଇଁ ଉତ୍ସର୍ଗ କରି ଦେଇଥାଏ । ସେଥିପାଇଁ ମାଆର ସ୍ଥାନ ସବୁଠି ଆଗରେ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ମାଆର କଥା କହୁଛୁ, ଯିଏ ନାତିର ଲାଳନ ପାଳନ ପାଇଁ ପାଲଟି ଯାଇଛନ୍ତି ମାଆ ।

ଦିବ୍ୟାଙ୍ଗ ପୁଅକୁ ଖୁଆଇ ଦେଉଛି । ମୁଣ୍ଡ କୁଣ୍ଡାଇ ଗୀତ ଗାଇ ଶୁଆଇ ଦେଉଛି । ଜେଜେମାଆରୁ ମାଆ ହୋଇଥିବା ମୟୁରଭଞ୍ଜ ଜିଲ୍ଲା ଉଦଳା ବାଉଁଶପାଳ ଗାଁର ଦୌପଦୀ ମଲ୍ଲିକ । ନିଜେ ଦିବ୍ୟାଙ୍ଗ ହୋଇ ପରିଣତ ବୟସରେ ନାତି ସାଗର ସେବାରେ ଲାଗିଛନ୍ତି ।

 

ଅନେକ ଦିନ ହେଲା ସାଗରକୁ ଘରେ ଛାଡି ପୁଅ-ବୋହୂ କେଉଁ ଆଡେ ଚାଲି ଯାଇଛନ୍ତି । ଏବେ ନାତି ସାଗର ପାଇଁ ମାଆ ସାଜିଛନ୍ତି ଦୌପଦୀ । ପରିଣତ  ବୟସରେ ଏକ ହୋଟେଲରେ କାମ କରି ସେ ପରିବାର ଚଳାଉଛନ୍ତି । କାରଣ ଦୌପଦୀଙ୍କ ସ୍ୱାମୀ ଜଣେ ମାନସିକ ରୋଗୀ। କାମ କରି ସେ ଯାହା କିଛି ପାଉଛନ୍ତି, ସେଥିରେ ପରିବାର ଚଳୁଛି ।

ଜେଜେମାଆରୁ ମାଆ ହୋଇଥିବା ଦୌପଦୀ ସବୁ ସ୍ନେହ ମମତା ନାତି ସାଗର ଉପରେ ଅଜାଡି ଦେଇଛନ୍ତି । ସତରେ ଦୌପଦୀଙ୍କର ଏହି ମହାନତା ଅନ୍ୟମାନଙ୍କ ପାଇଁ ଉଦାହରଣ ।