Advertisment

ଏଣିକି କମିବ ରୋଷ୍ଟୁରାଣ୍ଟ ଖାଇବା ବିଲ୍‌ !

କମିପାରେ ରେଷ୍ଟୁରାଣ୍ଟର ଖାଇବା ବିଲ୍‌ । ଗ୍ରାହକଙ୍କ ଠାରୁ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ ବନ୍ଦ କରିବାକୁ ସରକାର ଆଣିପାରନ୍ତି ନୂଆ ନିୟମ ।

ଅଦ୍ୟତନ ହୋଇଛି
Service charge issue: Govt's new move may reduce your food bills; Restaurants body calls it 'unfortu

Service charge issue: Govt's new move may reduce your food bills; Restaurants body calls it 'unfortu

Advertisment

ରେଷ୍ଟୁରାଣ୍ଟରେ ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲଲାଗିଥାଏ । ଆପଣ ମଧ୍ୟ ଅନେକ ଥର ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥିବେ । ଖାଇବା ପରେ ଯେତେବେଳେ ବିଲ୍ ଦେଇଥାନ୍ତି ତାହା ଖାଦ୍ୟ ମୂଲ୍ୟଠାରୁ ଅଧିକ ଥାଏ । ବିଲରେ ଅନେକ ପ୍ରକାରର ଚାର୍ଜମାନ ଅନ୍ତର୍ଭୁକ୍ତ ରହିଥାଏ । ସର୍ଭିସ୍ ଚାର୍ଜ ଠାରୁ ଆରମ୍ଭ କରି ପାଣି ଚାର୍ଜ ପର୍ଯ୍ୟନ୍ତ ଅନେକ ଚାର୍ଜମାନ ରହିଥାଏ । ହେଲେ ଆପଣ ଜାଣନ୍ତି କି ଗ୍ରାହକଙ୍କଠାରୁ ନିଆଯାଉଥିବା ଏହି ସେବା ଚାର୍ଜ ଆଦୌ ଉଚିତ୍‌ ନୁହଁ ତେଣୁ ଏହାକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

Advertisment

ଏନେଇ ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ କହିଛନ୍ତି ଯେ, ଗ୍ରାହକଙ୍କ ଠାରୁ ସେବା ଶୁଳ୍କ ଆଦାୟ ବନ୍ଦ କରିବାକୁ ସରକାର ଖୁବ୍ ଶୀଘ୍ର ଏକ ଆଇନଗତ ନିଯମ ଆଣିବେ। ତେବେ ରେଷ୍ଟୁରାଣ୍ଟ ଏବଂ ଗ୍ରାହକ ସଙ୍ଗଠନର ପ୍ରତିନିଧୀଙ୍କ ସହ ଆଲୋଚନା ପରେ ସେ ଏହା କହିଥିବାର ଜଣାପଡିଛି ।

ଏହାସହ ସେ କହିଛନ୍ତି ଯେ, ଗୋଟିଏ ପଟେ ଏହା ଆଇନଗତ ଭୁଲ୍ ନୁହେଁ ବୋଲି ରେଷ୍ଟୁରାଣ୍ଟ ଓ ହୋଟେଲ  ଆସୋସିଏସନ୍ ଦାବି କହିଥିବାବେଳେ ଅନ୍ୟପଟେ ଗ୍ରାହକଙ୍କ ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଗ୍ରାହକ ବ୍ୟାପାର ବିଭାଗ ମତ ରଖିଛି। ୨୦୧୭ ବର୍ଷ ପାଇଁ ଥିବା ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରାଯାଇନାହାଁନ୍ତି ।

Advertisment

ସୂଚନା ଅନୁସାରେ, ଏହି ନିର୍ଦ୍ଦେଶାବଳୀ ସାଧାରଣତ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହି ନିୟମ ବନ୍ଦ କରିବା ପାଇଁ ଏକ ଆଇନଗତ ନିର୍ଦ୍ଦେଶାବଳୀ ଲାଗୁ କରାଯିବ ବୋଲି ସେ କହିଛନ୍ତି। ସାଧାରଣତଃ ଗ୍ରାହକମାନେ ସର୍ଭିସ ଚାର୍ଜ ଏବଂ ସର୍ଭିସ ଟ୍ୟାକ୍ସ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ଥାନ୍ତି ଫଳରେ ସେମାନେ ବିଲ୍‌ ଦେଇଥାନ୍ତି ।

Service Charge Issue Restaurants Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ