Advertisment

ଖଚରରେ ବୁଲି ଉନ୍ନୟନ କାମର ତଦାରଖ କଲେ ସରକାରୀ ଅଧିକାରୀ

ଖଚରରେ ବୁଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ସରକାରୀ ଅଧିକାରୀ। ଦୁର୍ଗମ ଅଞ୍ଚଳରେ ପାଦ ଚଲା ରାସ୍ତା ଥିବାରୁ ଖଚରରେ ଗଲେ ଅଧିକାରୀ

malkangiri

maklkangiri

Advertisment

ମାଲକାନଗିରି( ଜିତେନ୍ଦ୍ର) : ଦୁର୍ଗମ ଅଞ୍ଚଳକୁ ଗାଡ଼ି ଯିବାର ସୁବିଧା ନାହିଁ ।  ଖଚରରେ ବୁଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ସରକାରୀ ଅଧିକାରୀ । ପଞ୍ଚାୟତରାଜ ଉପ ସଚିବ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ ସ୍ୱାଭିମାନ ଅଞ୍ଚଳରେ ଖଚରରେ ଚଢ଼ି ଉନ୍ନୟନମୂଳକ କାମର ତଦାରଖ କରିଛନ୍ତି ।

Advertisment

ତାଙ୍କ ସହ ଚିତ୍ରକୋଣ୍ଡା ବିଡ଼ିଓ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ, ଚିତ୍ରକୋଣ୍ଡା ଏସଡିପିଓଙ୍କ ସମେତ ଅନେକ ସରକାରୀ ଅଧିକାରୀ ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି । ଏଥିସହ ଚିତ୍ରକୋଣ୍ଡାର ବଡ଼ପଡ଼ା ପଞ୍ଚାୟତରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯଥା କାଜୁ ପ୍ଲାଣ୍ଟେସନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ବହୁ ପାଦ ଚଲା ରାସ୍ତା ଥିବାରୁ ଖଚରରେ ବସି ସରକାରୀ ଅଧିକାରୀମାନେ ଯାଇଥିବା ଜଣାପଡିଛି ।

Malkangiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ