Advertisment

ଭୁବନେଶ୍ୱରରେ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ବାତିଲ୍‌ ହେଲା ୬ ଟ୍ରେନ୍‌

ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ୬ଟି ଟ୍ରେନ୍‌କୁ ପୂର୍ବତଟ ରେଳ ବିଭାଗ ବାତିଲ୍‌ କରିଛି।

ଅଦ୍ୟତନ ହୋଇଛି
6 Train Cancelled

6 Train Cancelled

Advertisment

ଭୁବନେଶ୍ୱର ଷ୍ଟେସନ ୟାର୍ଡରେ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରାକ୍‌ରୁ ଖସି ଯିବା ଫଳରେ ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଫଳରେ ଘଣ୍ଟାଘଣ୍ଟା ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଗତକାଲି ରାତି ୮ଟା ୩୫ରେ ଏହି ଅଘଟଣ ଘଟିଛି। ମାଲ୍‌ବାହୀ ଟ୍ରେନ୍‌ଟି ସିମେଣ୍ଟ ବୋଝେଇ କରି  ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଓ କଟକ ଦେଇ ବିଜୟନଗରମ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଭୁବନେଶ୍ୱର ଷ୍ଟେସନ ୟାର୍ଡରେ ଲାଇନ୍‌ଚ୍ୟୁତ ହୋଇଯାଇଥିଲା।

Advertisment

ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ୬ଟି ଟ୍ରେନ୍‌କୁ ପୂର୍ବତଟ ରେଳ ବିଭାଗ ବାତିଲ୍‌ କରିଛି। ବାତିଲ୍‌ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା: ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ, ପୁରୀ-ବଡ଼ବିଲ, ତାଳଚେର-ପୁରୀ, ପାରାଦୀପ-କଟକ ପାସେଞ୍ଜର ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। 

ତେବେ ମାଲ୍‌ବାହୀ ଟ୍ରେନ୍‌ର ବଗି ଗୁଡ଼ିକ ଲାଇନ୍‌ଚ୍ୟୁତ ହେଲା, ତାହା ଜଣାପଡ଼ିନି। ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହେବାପରେ  ୧୦ରୁ ଅଧିକ ଟ୍ରେନ୍ ବିଭିନ୍ନ ସ୍ଥାନରେ ଅଟକି ରହିଥିଲାରାଜଧାନୀ ଏକ୍ସପ୍ରେସ୍‌ ମଞ୍ଚେଶ୍ୱରଠାରେ ଅଟକି ରହିଥିବା ବେଳେ ଜନଶତାଦ୍ଦୀ ଏକ୍ସପ୍ରେସ୍‌ ବାଟରେ ଅଟକି ରହିଥିଲା। ସେହିପରି ପୁରୀ ଦୁର୍ଗ, ପୁରୀ ଗାନ୍ଧିଧାମ, ପୁରୀ ହାଓ୍ୱଡା ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟରେ ଅଟକି ରହିଥିଲା। ଫଳରେ ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। 

Advertisment
Goods Train Derailed Train Derailed Bhubaneswar Railway Station Train Cancelled
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ