Advertisment

ପାଦେ ପାଦେ ବିପଦ, ଶୋଚନୀୟ ରାସ୍ତା, ହେଲେ ଯିବାକୁ ବାଧ୍ୟ...

ସ୍ୱପ୍ନ ପାଲଟିଛି ପିଚୁ ରାସ୍ତା। କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଚାଲିବାକୁ ବାଧ୍ୟ ହେଉଛନ୍ତି ଲୋକେ। ଆସୁନି ଆମ୍ବୁଲାନ୍ସ କି ଗଡ଼ୁନି ଗାଡ଼ି। ଭାରରେ ବୁହାହୋଇ ମେଡିକାଲ ଯାଉଛନ୍ତି ଗର୍ଭବତୀ ମହିଳା

ଅଦ୍ୟତନ ହୋଇଛି
Road Problem

Road Problem

Advertisment

ରାସ୍ତା ଅବସ୍ଥା ପୂରା ଖରାପ । ରାସ୍ତା ନୁହେଁ ତ ମରଣଯନ୍ତା । କାଦୁଅ ପଚପଚ୍ ଓ ପାଣିରେ ଭର୍ତ୍ତି । ସତେ ଯେମିତି ଅପେକ୍ଷା କରିଛି ଦୁର୍ଘଟଣାକୁ । ପାଦ ପକାଇଲେ ଗୋଟିଏ ସ୍ଥାନରେ ସ୍ଥିର ହେଉନି । ସେ ରାସ୍ତାରେ ଚାଲିବାକୁ ଯେମିତି ସ୍ୱତନ୍ତ୍ର ପ୍ରଶିକ୍ଷଣ ଦରକାର, କାରଣ ଅବସ୍ଥା ଏମିତି, ଟିକିଏ ଏପଟ ସେପଟ ହେଲେ ସିଧା ଯାଇ ରାସ୍ତା ତଳେ । ଦି-ଚକିଆ ଓ ଚାରି ଚକିଆ କଥା ଛାଡ଼ନ୍ତୁ, ସାଇକେଲ ଗଡ଼ିବା ବି କଷ୍ଟକର ।

Advertisment

ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁ ବ୍ଲକ ଅଙ୍କୁରପାଲିର ଲାନକୋଇଠାରୁ କେମାଙ୍ଗ କୁମ୍ଭାର ବସ୍ତି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ପୂରା ସଙ୍ଗୀନ I କାଦୁଅ ରାସ୍ତାରେ ନା ଗାଁକୁ ଆମ୍ବୁଲାନ୍ସ ଆସିପାରେ ନା ପିଲାଏ ସୁରକ୍ଷିତ ସ୍କୁଲ୍ ଯାଇପାରନ୍ତି । ଡାକ୍ତରଖାନା ଯିବା ପାଇଁ ଭାରତରେ ବୁହା ହୁଏ ଗର୍ଭବତୀ । ବର୍ଷା ଦିନେ ଖାଲରେ ପାଣି ଭରିଗଲେ ଯିବା ଆସିବା ସଂପୂର୍ଣ୍ଣ ଠପ୍ l ଢଳେଇ କି ପିଚୁ ରାସ୍ତା ଯେମିତି ସେଠିକାର ଲୋକଙ୍କ ପାଇଁ ସାତ ସପନ । ତଥାପି ଭାଗ୍ୟକୁ ନିନ୍ଦି ଏମିତି କାଦୁଅ ରାସ୍ତାରେ ଚାଲୁଛନ୍ତି ଲୋକେ ।

ସବୁଦିନିଆ ରାସ୍ତା ଖଣ୍ଡେ ପାଇଁ ସମସ୍ତଙ୍କୁ ନେହୁରା ହୋଇଛନ୍ତି ଗାଁ ଲୋକେ । ହେଲେ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଲାନକୋଇ ମୁଣ୍ଡାରି ବସ୍ତିଠାରୁ କେମାଙ୍ଗ କୁମ୍ଭାର ବସ୍ତିକୁ ସଂଯୋଗ କରୁଥିବା ମାଟି ରାସ୍ତାର ଅବସ୍ଥା ଦୀର୍ଘ ବର୍ଷହେଲା ଏମିତି ରହିଛି I ଭୋଟ୍ ଆସିଲେ ନେତାଏ ଗାଁକୁ ଆସନ୍ତି ଆଉ ରାସ୍ତା କରିଦେବୁ ବୋଲି ପ୍ରତିଶୃତି ଦିଅନ୍ତି । ହେଲେ ଭୋଟ୍ ସରିଲେ ଆଉ କାହାରି ଦେଖା ମିଳେନି କହିଛନ୍ତି ଗ୍ରାମବାସୀ । ସ୍ଥାନୀୟ ପ୍ରଶାସନ ବି ରାସ୍ତା ସମସ୍ୟା ପ୍ରତି ଯେମିତି ଆଖି ବୁଝିଦେଇଛି ।

Advertisment

ମାଳମାଳ ଯୋଜନା ସହ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଗରିବ ଆଦିବାସୀଙ୍କ ପାଖରେ ଏବେ ବି ଅପହଞ୍ଚ ମୌଳିକ ସୁବିଧା । ତେବେ ସ୍ଥାନୀୟ ସରପଞ୍ଚ ରାସ୍ତାକାମ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ କହିଥିବାବେଳେ ବ୍ଲକ୍ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Road Problem Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ