Advertisment

ହେୟାର କ୍ଲିପ୍ ବଦଳରେ ସାପକୁ କେଶରେ ବାନ୍ଧିଲେ ଯୁବତୀ

ଫ୍ୟାଶନକୁ ଆଳ କରି ଅନେକ ତ ବିଚିତ୍ର ପରିଧାନକୁ ମଧ୍ୟ ଆପଣେଇ ନଉଛନ୍ତି। ବର୍ତ୍ତମାଣ ସେଭଳି ଜଣେ ଯୁବତୀ ନଜରକୁ ଆସିଛନ୍ତି ଯିଏ ଫେସନ ପାଇଁ ଅଜବ ଜିନିଷକୁ ଗ୍ରହଣ କରିଛନ୍ତି। ସେ ନିଜ କେଶକୁ ଏକ ସାପ ଦ୍ୱାରା ସଜେଇଛନ୍ତି।

ଅଦ୍ୟତନ ହୋଇଛି
Girl reached in mall with a snake in her hair

Girl reached in mall with a snake in her hair

Advertisment

ଫ୍ୟାଶନ ନାମରେ କିଛି ବି ପିନ୍ଧିବା ବା ଅନ୍ୟ କୌଣସି ଜିନିଷ ବ୍ୟବହାର କରିବା କୌଣସି ଏକ ନୂଆ କଥା ନୁହେଁ । ଫେସନକୁ ଆଳ କରି ଅନେକ ତ ବିଚିତ୍ର ପରିଧାନକୁ ମଧ୍ୟ ଆପଣେଇ ନଉଛନ୍ତି। ବର୍ତ୍ତମାଣ ସେଭଳି ଜଣେ ଯୁବତୀ ନଜରକୁ ଆସିଛନ୍ତି ଯିଏ ଫେସନ ପାଇଁ ଅଜବ ଜିନିଷକୁ ଗ୍ରହଣ କରିଛନ୍ତି। ସେ ଏମିତି ଫେସନ କରିଛନ୍ତି ଯେ ଯେତେବେଳେ ସେ ମଲରେ ସପିଂ କରିବାକୁ ଯାଇଥିଲେ ତାଙ୍କୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କ ହୋସ୍‌ ଉଡ଼ି ଯାଇଥିଲା | ଯେତେବେଳେ ସେମାନେ ତାଙ୍କୁ ଅତି ନିକଟରୁ ଦେଖିଲେ ସେମାନେ ଥରିବାକୁ ଲାଗିଲେ।

Advertisment

ଏହି ଯୁବତୀ ଜଣଙ୍କ ନିଜ ହେୟାର ଷ୍ଟାଇଲ୍‌କୁ ନେଇ ଭିନ୍ନ ଧରଣ ପରୀକ୍ଷଣ କରିଛି। ସେ ଯେତେବେଳେ ସପିଂ ପାଇଁ ବାହାରକୁ ଯାଇଥିଲେ ତାଙ୍କ ଚୁଟିରେ ନା କୌଣସି ହେୟାର କ୍ଲିପ୍ କିମ୍ବା ହେୟାରବ୍ୟାଣ୍ଡ ବ୍ୟବହାର କରିଥିଲେ। କିନ୍ତୁ ସେ ମଧ୍ୟ ତାଙ୍କ କେଶକୁ ଖୋଲା ଛାଡି ନ ଥିଲେ। କିନ୍ତୁ ସେ ଏକ ଖୋସାରେରେ ଏକ ସାପ ଗୁଡେଇ ଦେଇଥିଲେ ଆଉ ସିଧା ସପିଂ କରିବାକୁ ଚାଲି ଯାଇଥିଲେ। ସେ ଯେତେବେଳେ ମଅଲରେ ଚାଲିଯାଉଥିଲେ ଯିଏ ତାଙ୍କ ଆଡକୁ ଚାହିଁଲା ତାଙ୍କର ଏହି ଫ୍ୟାଶନ୍ ସେନ୍ସ ଦେଖି ଖାଲି ଆଶ୍ଚର୍ଯ୍ୟ ନୁହେଁ ଭୟଭୀତ ମଧ୍ୟ ହେଲା।

ଯୁବତୀ ଜଣଙ୍କ ଭିତରେ କୌଣସି ଭୟ ନଥିଲା। ସେ ଖୁବ୍ ଆରାମରେ ସାପକୁ ନିଜ କେଶରେ ଗୁଡ଼ାଇ ଅତ୍ୟଧିକ ଆତ୍ମବିଶ୍ୱାସ ସହିତ ଚାଲିଯାଉଥିଲେ। ଭାଇରାଲ୍ ହେଉଥିବା ଏହି ଭିଡିଓରେ ଯିଏ ଦୂରରୁ ତାଙ୍କୁ ଦେଖୁଥିବ ସିଏ ଭାବୁଥିବ ଯୁବତୀ ବୋଧହୁଏ ନିଜ କେଶରେ କୌଣସି ଅଦ୍ଭୁତ ଧରଣର ଫ୍ୟାସନ୍‌ ଆପଣେଇଛନ୍ତି। କିନ୍ତୁ ଯେତେବେଳେ କ୍ୟାମେରାମ୍ୟାନ୍‌ ନିକଟତର ହୁଅନ୍ତି ଏହା ଦେଖାଯାଏ ଯେ ଏହି ଅଦ୍ଭୁତ ଜିନିଷଟି ପ୍ରକୃତରେ ଏକ ବିପଜ୍ଜନକ ସାପ।

Advertisment

ଯୁବତୀଙ୍କୁ ସିନା ସାପ ପ୍ରତି ଭୟ ନ ଥିଲା, କିନ୍ତୁ ମଲ୍‌ରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଦେଖି ଡରିଯାଉଥିଲେ। ଯିଏ ବି ତାଙ୍କ ମୁଣ୍ଡରେ ଏହି ସାପକୁ ଦେଖୁଥିଲା ତା ନଜର ସେଇଠି ଅଟକି ଯାଉଥିଲା। ସେମାନେ ଗୋଟିଏ ଜାଗାରେ ଠିଆ ହୋଇ ତାଙ୍କୁ ଦେଖୁଥିଲେ। ଏହି ସମୟରେ ସାପଟି କିନ୍ତୁ ଧିର ସ୍ଥିର ହୋଇ ଯୁବତୀଙ୍କ କେଶରେ ଗୁଡେଇ ହୋଇ ରହିଥିବାର ଦେଖାଯାଏ। ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ snake._.world ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହି ଭିଡିଓ ଦେଖି ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ