Girl performs last rites for father in Nabarangpur
କିଛି ବଡ଼ ସହରରେ ଝିଅମାନେ ମୁଖାଗ୍ନି ଦେଉଥିବା କଥା ହୁଏତ ଆପଣମାନେ ଜାଣିଥିବେ। କିନ୍ତୁ ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ସାଜିଲା ଝିଅ। ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ବଡ଼ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି।
ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପଠାଣସାହି ସ୍ଥିତ କଟେଶ୍ୱର ରାଓଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ଝିଅ ଆଇ. ଭି. ରେଶମା ମୁଖାଗ୍ନି ଦେଇଥିଲେ। କଟେଶ୍ୱର ଜଣେ ସମାଜ ସଂସ୍କାରକ ଥିଲେ। ପୁଅ ଝିଅ ମଧ୍ୟରେ କେବେବି ସେ ପାତରଅନ୍ତର ଦେଖୁ ନଥିଲେ। ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସମାଜର କୁସଂସ୍କାର ଦୂରେଇବା ପାଇଁ ଜୀବନରେ ଅନେକ କାର୍ଯ୍ୟ ସେ କରିଥିଲେ। ତେଣୁ ତାଙ୍କ ମୃତ୍ୟୁ ପରେ ଏହା ବାପାଙ୍କ ପ୍ରତି ଝିଅମାନଙ୍କର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ନବରଙ୍ଗପୁର ସହରବାସୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696652452.jpg)