Advertisment

ମୁଣ୍ଡଳି ବ୍ୟାରେଜରୁ କଲେଜ ଛାତ୍ରୀ ନିଖୋଜ, ବ୍ରିଜ୍‌ ଉପରୁ ମିଳିଲା ସ୍କୁଟି...

ପୁଣି ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜା ମୁଣ୍ଡଳି ବ୍ୟାରେଜ ଉପରେ ସ୍କୁଟି ରଖି ଯୁବତୀ ଜଣକ ପାଣିକୁ ଡେଇଁଥିବା ସନ୍ଦେହ କରି ପୋଲିସ୍ ଖୋଜାଖୋଜି କରୁଛି।

ଅଦ୍ୟତନ ହୋଇଛି
Girl missing from Mundali bridge

Girl missing from Mundali bridge

Advertisment

ପୁଣି ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜା ମୁଣ୍ଡଳି ବ୍ୟାରେଜ ଉପରେ ସ୍କୁଟି ରଖି ଯୁବତୀ ଜଣକ ପାଣିକୁ ଡେଇଁଥିବା ସନ୍ଦେହ କରି ପୋଲିସ୍ ଖୋଜାଖୋଜି କରୁଛି। ସମ୍ପୃକ୍ତ ଯୁବତୀ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଐଶ୍ୱର୍ଯ୍ୟା ପରିଜା ବୋଲି ଜଣାପଡ଼ିଛି। ସେ ଏକ ଘରୋଇ କଲେଜର ଛାତ୍ରୀ।

Advertisment

ଐଶ୍ୱର୍ଯ୍ୟାଙ୍କ ସ୍କୁଟି ବ୍ୟାରେଜ ଉପରକୁ କେମିତି ଆସିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନିା ଘଟଣାସ୍ଥଳରେ ଐଶ୍ୱର୍ଯ୍ୟାଙ୍କ ବାପା, ମା ପହଞ୍ଚି ସ୍କୁଟିକୁ ଚିହ୍ନଟ କରିଛନ୍ତି। ପ୍ରକୃତରେ ସେ ବ୍ୟାରେଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁଛନ୍ତି ନା କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି,ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଏନେଇ ପୋଲିସ୍‌ ତଦନ୍ତ ଚଳାଇଛି।

ମୁଣ୍ଡଳି ବ୍ୟାରେଜ ଏକ ସୁଇସାଇଡ୍‌ ସ୍ପଟ୍‌ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଅଧିକାଂଶ ସମୟରେ କେହି ନା କେହି ମୁଣ୍ଡଳି ବ୍ରିଜ୍‌ ଉପରେ ଗାଡ଼ି ରଖି ପାଣିକୁ ଡେଉଁଥିବା ଘଟଣା ସାମ୍ନାକୁ ଆସିଛି। ଖୋଜାଖୋଜି ପରେ ସେମାନଙ୍କର ମୃତଦେହ ଉଦ୍ଧାର ହୋଇଥାଏ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ