Advertisment

ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ ପ୍ଲାଟ୍‌ଫର୍ମରୁ ଯୁବତୀ ନିଖୋଜ, ଫୋନ୍‌ ସ୍ୱିଚ୍‌ ଅଫ୍‌

ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ ପ୍ଲାଟ୍‌ଫର୍ମରୁ ଜଣେ ଯୁବତୀ ନିଖୋଜ ନେଇ ଅଭିଯୋଗ ହୋଇଛି।  ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ।

ଅଦ୍ୟତନ ହୋଇଛି
Girl Missing From BBSR Railway Station

Girl Missing From BBSR Railway Station

Advertisment

ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ ପ୍ଲାଟ୍‌ଫର୍ମରୁ ଜଣେ ଯୁବତୀ ନିଖୋଜ ନେଇ ଅଭିଯୋଗ ହୋଇଛି। ନିଖୋଜ ଯୁବତୀ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାରେ ସ୍ୱିଟି ରୟ। ଗତକାଲି ଜନଶତାବ୍ଦୀ ଟ୍ରେନ୍‌ରେ ଆସି ଭୁବନେଶ୍ୱର ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। 

Advertisment

ହେଲେ ତା’ପରଠୁ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସିବା ସହ ତାଙ୍କର କୌଣସି ପତ୍ତା ମିଳୁ ନାହିଁ।  ଛାତ୍ରୀ ଜଣଙ୍କ ଉତ୍କଳ ଏରୋ ସ୍ପେସ୍‌ ଆଣ୍ଡ୍‌ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ବୋଲି ସୂଚନା ମିଳିଛି। ନିଖୋଜ ନେଇ ସ୍ୱିଟିଙ୍କ ବାପାଙ୍କ ବନ୍ଧୁ ସୁରେଶ ପଣ୍ଡା ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, ‘ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ହାୱଡାରୁ ଭୁବନେଶ୍ୱର ଆସିଥିଲେ। ସନ୍ଧ୍ୟା ୮ଟା ୨୫ ମିନିଟ୍‌ରେ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନର ପ୍ଲାଟ୍‌ଫର୍ମ ନଂ ୬ରେ ପହଞ୍ଚିଲେ। ପହଞ୍ଚିଲା ପରେ ସେ କେଉଁ ଆଡ଼େ ଗଲେ ତାଙ୍କ ପତ୍ତା ମିଳୁପାରୁନି। ଜିଆରପି ଏନେଇ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

Girl Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ