Advertisment

ଫଟା କପାଳ: ମାତ୍ର ୨ ଟଙ୍କା ପାଇଁ ହାତରୁ ଚାଲିଗଲା ୧୭୦୦ରୁ ଅଧିକ କୋଟି ଟଙ୍କା

ମାତ୍ର ୨ ଟଙ୍କା ପାଇଁ ଜିତିଥିବା କୋଟି କୋଟି ଟଙ୍କା ଯଦି ଆପଣଙ୍କୁ ନମିଳେ, ତା’ହେଲେ ଏହାକୁ ଫଟା କପାଳ କୁହାଯିବନି ତ ଆଉ କ’ଣ ? ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଏଭଳି କିଛି ଘଟିଛି।

Girl Lost Rs 1700 Crore Jackpot Because Less Money In Her Bank Account

Girl Lost Rs 1700 Crore Jackpot Because Less Money In Her Bank Account

Advertisment

କଥାରେ ଅଛି ଭାଗ୍ୟ ସାଥ୍‌ ନଦେଲ ହାତ ପାଆନ୍ତାରେ ଥିବା ଜିନିଷ ବି ହାତରୁ ଚାଲି ଯାଏ। ଯେତେବେଳେ ଆପଣ ଜାଣିବେ ରାତାରାତି କୋଟିପତି ହୋଇଯାଇଛନ୍ତି ଓ କୋଟି କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି। ମାତ୍ର ୨ ଟଙ୍କା ପାଇଁ ଜିତିଥିବା କୋଟି କୋଟି ଟଙ୍କା ଯଦି ଆପଣଙ୍କୁ ନମିଳେ, ତା’ହେଲେ ଏହାକୁ ଫଟା କପାଳ କୁହାଯିବନି ତ ଆଉ କ’ଣ ? ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଏଭଳି କିଛି ଘଟିଛି। ଯୁବତୀ ଜାଣିବାକୁ ପାଇଲେ ଯେ, ସେ ରାତିରାତି କୋଟିପତି ହୋଇଯାଇଛନ୍ତି। ହଜାର ନୁହେଁ ଲକ୍ଷେ ନୁହେଁ କୋଟି କୋଟି ଟଙ୍କା ପୁରସ୍କାର ସେ ଜିତିଛନ୍ତି। ହେଲେ ତାଙ୍କର ଏହି ଖୁସି କ୍ଷଣିକ ସମୟ ପାଇଁ ଥିଲା। 

Advertisment

‘ଦ ସନ୍‌’ ରିପୋର୍ଟ ଅନୁସାରେ, ବ୍ରିଟେନରେ ରହୁଥିବା ରାଚେଲ୍‌ କେନ୍ନେଡି ନାମକ ଯୁବତୀ ୨୧ ବର୍ଷୀୟ ପାର୍ଟନର ଲିଆମ୍‌ ମ୍ୟାକ୍‌କ୍ରୋହାନ୍‌ଙ୍କ ସହ ମିଶି ଗତ କିଛି ସପ୍ତାହ ହେବ EuroMillions ଟିକେଟ୍‌ କିଣୁଥିଲେ। ହେଲେ ତାଙ୍କୁ କୌଣସି ପୁରସ୍କାର ମିଳୁ ନଥିଲା। ରାଚେଲ୍‌ ଓ ଲିଆମ୍‌ ମିଶି ଗୋଟିଏ ସିରିଜ୍‌ ନମ୍ବର(୬, ୧୨, ୨୨, ୨୯, ୩୩, ୬ ଓ ୧୧) ଉପରେ ବେଟ୍‌ ଲଗାଇ ଥିଲେ। ଏସବୁ ଭିତରେ ରାଚେଲ୍‌ ଜାଣିବାକୁ ପାଇଲେ ଯେ, ତାଙ୍କ ନମ୍ବରରେ ଜ୍ୟାକ୍‌ପଟ୍‌ ଲାଗି ଯାଇଛି ଓ ସେ ୧୮୨ ମିଲିୟନ ପାଉଣ୍ଡ(୧୭୩୪ କୋଟି ଟଙ୍କାରୁ ଅଧିକ) ଜିତିଛନ୍ତି। ଏହା ଜାଣି ତାଙ୍କ ଖୁସି କହିଲେ ନସରେ। ଏପରିକି ସେ ପାର୍ଟନର ଲିଆମ୍‌ ଓ ନିଜ ମା’ଙ୍କୁ ନେଇ ଫ୍ୟୁଚର ପ୍ଲାନ୍‌ ମଧ୍ୟ କରି ସାରିଥିଲେ। ହେଲେ ସେ ଜାଣି ନଥିଲେ ତାଙ୍କର ଏହି ଖୁସି ମାତ୍ର  

ରାଚେଲ୍‌ଙ୍କୁ ବିଶ୍ୱାସ ହେଉ ନଥିଲା ଯେ, ସେ  £182 ମିଲିୟନ ପୁରସ୍କାର ଜିତିଛନ୍ତି। ସେ ଯେଉଁ ନମ୍ବରରେ ବାରମ୍ବାର ବେଟ୍‌ ଲଗାଉ ଥିଲେ, ତାହା EuroMillions ଜ୍ୟାକ୍‌ପଟ୍‌ ପାଇଁ ସିଲେକ୍ଟ ହୋଇଯାଇଥିଲା। ଏହାକୁ କନଫର୍ମ କରିବା ପାଇଁ ରାଚେଲ EuroMillions ଅଫିସ୍‌ ସହ ଯୋଗାଯୋଗ କରିଥିଲେ। ସେଠାରୁ ସେ ଯାହା ଉତ୍ତର ପାଇଲେ ତାହା ଶୁଣି ତାଙ୍କ ଖୁସି ଅଚାନକ୍‌ କେଉଁଆଡ଼େ ପଳାଇଲା। 

Advertisment

EuroMillions ଅଫିସ କର୍ମଚାରୀଙ୍କ କହିବା ଅନୁସାରେ, ରାଚେଲ ଯେଉଁ ନମ୍ବରରେ ବେଟ୍‌ ଲଗାଇଥିଲେ ସେହି ପୁରସ୍କାର ଟଙ୍କା ତାଙ୍କୁ ମିଳିପାରିବନି। କାରଣ ସେହି ଦିନ ତାଙ୍କ ଆକାଉଣ୍ଟରେ ଟିକେଟ୍‌ କିଣିବାକୁ ଆବଶ୍ୟକ ଟଙ୍କା ନଥିଲା। ତାଙ୍କ ଆକାଉଣ୍ଟରେ ମାତ୍ର ୨୩୮ ଟଙ୍କା ଥିଲା। ହେଲେ ଟିକେଟ୍‌ର ଦାମ୍‌ ୨୪୦ ଟଙ୍କାରୁ ଆରମ୍ଭ। ଅର୍ଥାତ୍‌ ଯେଉଁ ନମ୍ବରର ଟିକେଟ୍‌ରେ ପୁରସ୍କାର ଲାଗିଛି, ତାହାକୁ ରାଚେଲ୍‌ କିଣି ପାରିନଥିଲେ।

ସୂଚନା ଅନୁସାରେ, ରାଚେଲ୍‌ଙ୍କ ଆକାଉଣ୍ଟରେ ମାତ୍ର £2.50 ଥିଲା। ତେଣୁ ଟିକେଟ୍‌ ଡ୍ର’ ହେବା ପୂର୍ବରୁ ଅଟୋମେଟିକ୍‌ ଏହାକୁ କିଣି ହୋଇପାରି ନଥଇଲା। ଯାହାକୁ ସାଧାରଣ ଭାବେ କିଣା ଯାଇଥିଲା। ଏଭଳି ଗଡ଼ବଡ଼ ଯୋଗୁ  ରାଚେଲ୍‌ ପୁରସ୍କାରରୁ ବଞ୍ଚିତ ହୋଇଥିଲେ। ଗତ ଫେବୃଆରୀରେ ତାଙ୍କ ସହ ଏହି ଘଟଣା ଘଟିଥିଲା। ତାଙ୍କ ପାର୍ଟନର ଏସମ୍ପର୍କରେ ଟ୍ୱିଟ୍‌ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। 

Advertisment
Jackpot Losing Money
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ