Advertisment

ଆଖି ସାମ୍ନାରେ ଝିଅକୁ ଟେକିନେଲେ ଦୁର୍ବୃତ୍ତ ! ସାହାଯ୍ୟ କରିବାକୁ କାନ୍ଦି କାନ୍ଦି ପୋଲିସ୍‌ ସାମ୍ନାରେ କାନିପାତୁଛି ମା’

୩ଦିନ ହେଲା ଫେରିଲାନି ଝିଅ । ଝିଅକୁ ଫେରାଇ ଦିଅ କହି କାନ୍ଦୁଛି ମା’ ।

ଅଦ୍ୟତନ ହୋଇଛି
tragic story

tragic story

Advertisment

୩ଦିନ ହେଲା ଘରକୁ ଫେରିନି ଝିଅ । ଝିଅ ସହ ଚାଲିବାକୁ ଯାଇଥିଲି । ଆଉ ସେହି ସମୟରେ ଚିକୁ ନାମକ ଏକ ପିଲା ଆସିଥିଲା । ବନ୍ଧ ଉପରେ ପ୍ରଥମେ ମୋତେ ଧକ୍କା ମାରିଥିଲେ । ଦୁଇଟା ବାଇକରେ ଆସି ମୋ ଆଖି ସାମ୍ନାରେ ଝିଅକୁ ଉଠେଇ ନେଲେ । ଗୋଟିଏ ବାଇକରେ ଥିଲେ ତିନି ଜଣ, ଅନ୍ୟ ବାଇକରେ ଥିଲା ଜଣେ । ପଛରେ ଦୌଡ଼ିବା ଛଡ଼ା କିଛି କରିପାରିଲିନି । ମୋ ଝିଅକୁ ମୋତେ ଫେରେଇଦିଅ ବୋଲି କାନ୍ଦି କାନ୍ଦି କହୁଛି ମାଆ ।

Advertisment

ମା’ର ଆଖି ସାମ୍ନାରେ ଯୁବତୀଙ୍କୁ ଅପହରଣ ଅଭିଯୋଗ । ପରିବାର ଲୋକେ ଦୀର୍ଘ ୩ ଦିନ ଧରି ଥାନାକୁ ଦୌଡ଼ିବା ପରେ ମାମଲା ରୁଜୁ କରିଛି ପୋଲିସ । ହେଲେ ଏବେ ସୁଦ୍ଧା ଅପହୃତ ଯୁବତୀଙ୍କ ପତ୍ତା ମିଳିଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ।

ଘସିପୁରା ଥାନା ପୁଷ୍କୁରା ଅଞ୍ଚଳର ଜଣେ ଯୁବତୀ ୩ଦିନ ତଳେ ନିଜ ମାଆଙ୍କ ସହ ପଞ୍ଚୁପୁଲୀ ବନ୍ଧ ଉପରେ ଚାଲୁଥିବା ସମୟରେ ଶଙ୍ଖଣା ଗ୍ରାମର ବିଶ୍ୱରଂଜନ ଜେନା ତିନି ଜଣ ସାଙ୍ଗଙ୍କ ସହ ମିଶି ତାଙ୍କ ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି । ଝିଅକୁ ଅପହରଣ କରି ସେମାନେ ଖାଲପାଳ ଗ୍ରାମରେ ରଖିଥିବା ଜଣାପଡ଼ିଛି । ଝିଅକୁ ଆଣିବା ପାଇଁ ପରିବାର ଲୋକେ ସେଠାକୁ ଯାଇଥିଲେ । ହେଲେ ସେହି ଗ୍ରାମର ଯୁବକ ଚିକୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିବା ଯୁବତୀଙ୍କ ସମ୍ପର୍କୀୟ ଦାଦା ଅଭିଯୋଗ କରିଛନ୍ତି ।

Advertisment

ସବୁଠାରୁ ବଡ଼ କଥା ହେଉଛି ପରିବାର ଲୋକେ ଅଭିଯୋଗ ନେଇ ଦୀର୍ଘ ୩ ଦିନ ଧରି ଥାନାରେ ବସିଲା ପରେ ଘସିପୁରା ପୋଲିସ ମାମଲା ରୁଜୁ କରିଛି । ଗତକାଲି ଘସିପୁରା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଯୁବତୀଙ୍କ ପତ୍ତା ପାଉନି । ଅନ୍ୟ ପକ୍ଷରେ ପରିବାର ଲୋକେ ନ୍ୟାୟ ପାଇଁ ଦାବି କରିଛନ୍ତି ।

ଆନନ୍ଦପୁରରୁ ମୁନ୍ନା ସିଂଙ୍କ ରିପୋର୍ଟ

Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ