Advertisment

ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ ; ଯୁବକ ବେଶରେ ଆସି ଲୁଟିଲେ ଯୁବତୀ

ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର ।

Girl executes loot on guise of boy in Puri

Girl executes loot on guise of boy in Puri

Advertisment

ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ଏହିପରି ଅଭିନବ ଢ଼ଙ୍ଗରେ ଲୁଟ୍‌ ଆଉ କେଉଁଠି ନୁହେଁ ବରଂ ପୁରୀର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ।ଗତ ଶନିବାର ସକାଳେ ବଡ଼ଦାଣ୍ଡ ମାର୍କେଟ ଛକ ପାଖ ନୀଳାଚଳ ଲଜିଙ୍ଗ ସାମନାରେ ପାର୍କିଂ ହୋଇଥିବା ସ୍କୁଟର ଡିକିରୁ ଜଣେ ଯୁବକ ଚୋରି କରୁଥିବା ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା । ତେବେ ଚୋରି କରିଥିବା ଯୁବକ ଜଣକ ପ୍ରକୃତରେ ଜଣେ ଯୁବତୀ ବୋଲି କୁମ୍ଭାରପଡ଼ା ପୋଲିସ ସୂଚନା ଦେଇଛି ।

Advertisment

ପୋଲିସର ସୂଚନା ଅନୁସାରେ, ୨ ଜଣ ଯୁବକ ଓ ଜଣେ ଯୁବତୀ ଅଫିସ କାମରେ ଆସି ଗତ ୮ ଦିନ ହେଲା ନୀଳାଚଳ ଲଜ୍‌ରେ ରହୁଥିବାବେଳେ ସେମାନଙ୍କ ଗାଡ଼ି ତଳେ ପାର୍କିରେ ଥିଲା । ଶନିବାର ସକାଳେ ସେମାନଙ୍କ ସ୍କୁଟରର ଡିକି ଭାଙ୍ଗି ଚୋରି ହୋଇଥିବା ନେଇ ଗତକାଲି କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏହାକୁ ଭିତ୍ତି କରି ତଦନ୍ତ କରିଥିବାର ଜଣାପଡିଛି।

Puri Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ