Advertisment

କାନ୍ଦି କାନ୍ଦି ଫୋନ୍‌ରେ କଥା ହେଉଥିଲେ, ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବତୀ

ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ଯୁବତୀ ଜଣକ କାନ୍ଦିବା ସହ ଭାରି ବ୍ୟସ୍ତ ଥିବା ଜଣାପଡୁଥିଲେ। ହେଲେ ହଠାତ୍‌ କେହି କିଛି ବୁଝିବା ଆଗରୁ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବତୀ।

ଅଦ୍ୟତନ ହୋଇଛି
girl commits suicide

girl commits suicide

Advertisment

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ଟ୍ରେନ୍‌ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ସମ୍ବଲପୁର ରେଢାଖୋଲ ରେଳ ଷ୍ଟେସନ ନିକଟରେ ମାଲ୍‌ବାହୀ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ବୟସ ୨୦ରୁ ୨୫ ହେବ ବୋଲି ଜଣାପଡ଼ିଛି। ତେବେ ତାଙ୍କ ପରିଚୟ ମିଳିପାରିନାହିଁ।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଯୁବତୀ ଜଣଙ୍କ ରେଲ୍‌ୱେ ଟ୍ରାକ୍‌ ନିକଟରେ ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ସମ୍ପୃକ୍ତ ଯୁବତୀ ଜଣକ କାନ୍ଦିବା ସହ ଭାରି ବ୍ୟସ୍ତ ଥିବା ଜଣାପଡୁଥିଲେ। ଏହାପରେ ଏକ ମାଲ୍‌ବାହା ଟ୍ରେନ୍‌ ଆସିବାରୁ କେହି କିଛି ବୁଝିବା ଆଗରୁ ଯୁବତୀ ଜଣକ ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। 

ଘଟଣାକୁ ନେଇ ରେଢ଼ାଖୋଲର ଲାଇନ୍‌ମ୍ୟାନ୍‌ କାଶୀନାଥ କିଶାନ କହିଛନ୍ତି, ‘ଆଜି ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ ସମୟରେ ମାଲ୍‌ବାହୀ ଟ୍ରେନ୍‌ ଅଟକି ଥିଲା। ଟ୍ରେନ୍‌ଟି କାହିଁକି ଅଟକିଲା ବୋଲି ଜାଣିବାକୁ ଟ୍ରେନ୍‌ ଡ୍ରାଇଭରଙ୍କ ପାଖକୁ ଯାଇଥିଲି। ତେବେ ଜଣେ ଯୁବତୀ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ପରେ ଜାଣିବାକୁ ପାଇଥିଲୁ। ମଝି ଟ୍ରାକ୍‌ରେ ତାଙ୍କ ମୃତଦେହ ପଡ଼ିଥିବା ବେଳେ ଅନ୍ୟ ଏକ ଟ୍ରାକ୍‌ରେ ତାଙ୍କ ବ୍ୟାଗ୍‌ ପଡ଼ିଥିଲା।  ଝିଅଟି ମୋବାଇଲରେ କାନ୍ଦି କାନ୍ଦି କଥା ହେଉଥିଲେ।’

Advertisment

ଯୁବତୀ ଜଣକ କାହିଁକି ଏଭଳି କଲେ, ତାହା ଜଣାପଡ଼ିନାହିଁ। ଏପରିକି ତାଙ୍କ ପରିଚୟ ଓ ଠିକଣା ମଧ୍ୟ ଜଣାପଡ଼ିନି।

Girl Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ