Advertisment

ପୁଅକୁ ପ୍ରେମ ଜାଲରେ ଫସାଇଲେ, ହେଲେ ବାପା ସହ ଫେରାର ହୋଇଗଲେ ପ୍ରେମିକା...

ବୟଫ୍ରେଣ୍ଡ୍‌ର ବାପା ସହ ପ୍ରେମିକା ଫେରାର। ଯୁବତୀଙ୍କ ପରିବାର ଲୋକ ଅପହରଣ ମାମଲା ରୁଜୁ କରିବା ପରେ ପୋଲିସ୍‌ ତଦନ୍ତ କରିଥିଲା ଓ ପୁରା ଘଟଣା ସାମ୍ନାକୁ ଆସିଥିଲା।

ଅଦ୍ୟତନ ହୋଇଛି
Uttar Pradesh News

Girl absconded with boyfriend father

Advertisment

ପୁଅକୁ ପ୍ରେମ ଜାଲରେ ଫସାଇଲେ, ହେଲେ ବାପା ସହ ଫେରାର ହୋଇଗଲେ ପ୍ରେମିକା। ବୟଫ୍ରେଣ୍ଡ୍‌ର ବାପା ସହ ପ୍ରେମିକା ଫେରାର। ଉତ୍ତରପ୍ରଦେଶର କାନପୁରରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ବୟଫ୍ରେଣ୍ଡ୍‌ର ବାପାଙ୍କୁ ଭଲପାଇ ବସିଥିଲେ। ଏହାପରେ ଉଭୟ ଘରୁ ପଳାଇ ଯାଇଥିଲେ। ଯୁବତୀଙ୍କ ପରିବାର ଲୋକ ଅପହରଣ ମାମଲା ରୁଜୁ କରିବା ପରେ ପୋଲିସ୍‌ ତଦନ୍ତ କରିଥିଲା ଓ ପୁରା ଘଟଣା ସାମ୍ନାକୁ ଆସିଥିଲା। ଘରୁ ଫେରାର ହେବାର ବର୍ଷକ ପରେ ଉଭୟଙ୍କୁ ଦିଲ୍ଲୀରୁ ଉଦ୍ଧାର କରାଯାଇଥିଲା। ଯୁବତୀଙ୍କ ବୟାନ ଆଧାରରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍‌ ସୂଚନା ଦେଇଛି।

Advertisment

ଅଧିକ ପଢ଼ନ୍ତୁ: ଏକାଥରେ ୪୦ ମହିଳା କହିଲେ ରୁପ୍ ଚାନ୍ଦ ଆମ ସ୍ୱାମୀ...

ମିଳିଥିବା ସୂଚନା ଅନୁସାରେ, କାନପୁର ଚକେରି ଅଞ୍ଚଳର କମଲେଶ ନିଜ ୨୦ ବର୍ଷର ପୁଅ ସହ ଔରାୟାକୁ କାମ ପାଇଁ ଯାଇଥିଲେ। ସେଠାରେ କମଲେଶଙ୍କ ପୁଅ ଘର ନିର୍ମାଣ କାମ କରୁଥିଲେ। ଏହି ସମୟରେ ୨୦ ବର୍ଷୀୟ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପୃକ୍ତ ଯୁବତୀ ବେଳେ ବେଳେ ଯୁବକଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଉଥିଲେ। ଯେତେବେଳେ ବୟଫ୍ରେଣ୍ଡ୍‌ ଘରେ ରହୁନଥିଲେ, ସେତେବେଳେ ଯୁବତୀ ତାଙ୍କ ବାପା କମଲେଶଙ୍କ ସହ କଥାବାର୍ତ୍ତା କରୁଥିଲେ।

ସନ୍ଦେହ କରୁନଥିଲେ ଘର ଲୋକେ...

ଧୀରେ ଧୀରେ ଯୁବତୀ, ବୟଫ୍ରେଣ୍ଡ୍‌ର ବାପା କମଲେଶଙ୍କୁ ଭଲପାଇ ବସିଲେ। ଏ ସମ୍ପର୍କରେ ନା ତାଙ୍କ ପୁଅ ନା ପରିବାର ଲୋକ କେହିବି ଜାଣିନଥିଲେ। ୨୦୨୨ ମସିହା ମାର୍ଚ୍ଚରେ କମଲେଶଙ୍କ ସହ ଯୁବତୀ ଫେରାର ହୋଇଯାଇଥିଲେ। ହେଲେ ଏହି ସମୟରେ ତାଙ୍କ ପୁଅ ଘରେ ଥିଲେ। ତେଣୁ ଘର ଲୋକଙ୍କୁ କୌଣସି ସନ୍ଦେହ ହୋଇନଥିଲା। ଏନେଇ ଯୁବତୀଙ୍କ ପରିବାର ଲୋକ ଥାନାରେ ଅପହରଣ ଅଭିଯୋଗ କରିଥିଲେ। ହେଲେ ପୋଲିସ୍‌ ହାତରେ କୌଣସି ସୁରାଗ ଲାଗି ପାରିନଥିଲା, ପ୍ରକୃତରେ ଯୁବତୀ କେଉଁଠି ଅଛନ୍ତି। 

Advertisment

ଦିଲ୍ଲୀରୁ ଉଭୟ ଉଦ୍ଧାର...

ପୋଲିସ୍‌ ଯାଞ୍ଚ ପରେ ଜଣାପଡ଼ିଥିଲା, କମଲେଶଙ୍କ ସହ ଯୁବତୀଙ୍କ କଥାବାର୍ତ୍ତା ଚାଲିଥିଲା। ଯେତେବେଳେ କମଲେଶଙ୍କ ପୁଅକୁ ପୋଲିସ୍‌ ପଚରାଉଚରା କରିଥିଲା ସେ କହିଥିଲେ, ମୋ ପ୍ରେମିକାକୁ ମୋ ବାପାହିଁ ନେଇ ଯାଇଛନ୍ତି। ଏହାପରେ ପୋଲିସ୍‌ ଉଭୟଙ୍କୁ ଖୋଜିଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା କମଲେଶ, ଯୁବତୀଙ୍କ ସହ ଦିଲ୍ଲୀରେ ରହିବା ସହ ଏକ ପ୍ୟାକ୍ଟ୍ରିରେ କାମ କରୁଛନ୍ତି। ଏହାପରେ ପୋଲିସ୍‌ ଦିଲ୍ଲୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା।

ବାପାର କାରନାମା ବିଷୟରେ ପୂର୍ବରୁ ଜାଣିଥିଲା ପୁଅ...

ପୋଲିସ୍‌ ସୂଚନା ଅନୁସାରେ, କମଲେଶଙ୍କ ଏଭଳି କାରନାମା ସମ୍ପର୍କରେ ତାଙ୍କ ପୁଅ ପୂର୍ବରୁ ଜାଣିଥିଲେ। ହେଲେ ଲୋକ ଲଜ୍ଜା ଭୟରେ ସେ କାହାରିକୁ ଏକଥା କହୁନଥିଲେ। ଏବେ ଯୁବତୀ ଜଣକ କମଲେଶଙ୍କ ସହ ହିଁ ରହିବା ପାଇଁ କହୁଛନ୍ତି। ତେଣୁ ଉଭୟଙ୍କ ବୟାନ ଆଧାରରେ ପୋଲିସ୍‌ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡ଼ିଛି। 

Advertisment
Absconded
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ