Advertisment

ଗଭୀର ସମୁଦ୍ରରୁ ଧରାହେଲା ବିରଳ ପ୍ରଜାତିର ମାଛ; ଦାମ୍‌ ୩୫ ଲକ୍ଷ

ହୀରା ଦରଠୁ ବି ଅଧିକ ଦାମୀ ମାଛର ଦାମ୍ । ଗଭୀର ସମୁଦ୍ରରୁ ଧରା ହୋଇଛି ୩୫ ଲକ୍ଷର ମାଛ । ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲ୍ଲା ସୁନ୍ଦରବନ ଅଞ୍ଚଳରୁ ଏହି ତେଲିଆ ମାଛଟି ଧରା ହୋଇଛି ।

ଅଦ୍ୟତନ ହୋଇଛି
Giant Fish Weighing 78 KGs, Worth Rs 36 Lakh Caught By Fishermen

Giant Fish Weighing 78 KGs, Worth Rs 36 Lakh Caught By Fishermen

Advertisment

କୋଲକାତା: ହୀରା ଦରଠୁ ବି ଅଧିକ ଦାମୀ ମାଛର ଦାମ୍ । ଗଭୀର ସମୁଦ୍ରରୁ ଧରା ହୋଇଛି ୩୫ ଲକ୍ଷର ମାଛ । ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲ୍ଲା ସୁନ୍ଦରବନ ଅଞ୍ଚଳରୁ ଏହି ତେଲିଆ ମାଛଟି ଧରା ହୋଇଛି । ମାଛଟିର ଓଜନ ପ୍ରାୟ ୮୦ କିଲୋଗ୍ରାମ୍ ହୋଇଥିବା ଜଣାପଡିଛି ।

Advertisment

ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏହି ମାଛକୁ ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିଲେ । ଫଳରେ ତାଙ୍କ ଜାଲରେ ଏହି ବିଶାଳ ମାଛ ପଡିଥିଲା । ଯାହା ଦ୍ୱାରା ସେମାନେ ତାଙ୍କ ଉଦ୍ଦେଶ୍ୟରେ ସଫଳ ହୋଇଥିବା ସହ ମାଛଟିକୁ ଧରିବାରେ ସକ୍ଷମ ହୋଇଥିଲେ ।ମାଛଟିକୁ ବିକ୍ରି ପାଇଁ କଏନ୍ ମାଛ ଅଗଣାକୁ ଅଣାଯାଇଥିଲା । ସେଠାରେ ମାଛର କିଲୋ ପ୍ରତି ୧୬ ହଜାର ୫୦୦ ଟଙ୍କା ଅନୁସାରେ ଏହାର ମୂଲ୍ୟ ୩୬ ଲକ୍ଷ ୫୩ ହଜାର ୬୦୫ ଟଙ୍କା ହୋଇଥିଲା ।

ସମୁଦ୍ରରୁ ଅନେକ ରହସ୍ୟମୟ ଜୀବ ଠାବ ହେବା ଘଟଣା ସାମ୍ନାକୁ ଆସିଛି। ଏଭଳି ରହସ୍ୟମୟ ଜୀବ ଦୁନିଆ ସାମ୍ନାକୁ ହଠାତ୍‌ ଆସିଥାନ୍ତି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। ଠିକ୍‌ ଏମିତି କିଛି ଘଟଣା ପଞ୍ଚିମବଙ୍ଗ କୋଲକାତାରରେ ଘଟିଛି । ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମତ୍ସଜୀବୀଙ୍କ ଜାଲରେ ବିଶାଳକାୟ ମାଛ ପଡ଼ି ଯାଇଥିଲେ। ଜାଲରେ ପଡ଼ିଥିବା ଏହି ବିଶାଳକାୟ ମାଛକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ସୂଚନା ଅନୁସାରେ, ଆଗରୁ କେବେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଏତେବଡ଼ ମାଛ ପଡ଼ିନଥିଲା । ପ୍ରଥମ ଥର ପାଇଁ ଏହି ବିଶାଳ ମାଛ ସେମାନଙ୍କର ଜାଲରେ ଧରା ପଡିଛି । ପ୍ରଥମ ଥର ପାଇଁ ଏତେବଡ଼ ମାଛ ଧରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଥିବାରୁ ଏହାକୁ ନେଇ ସେମାନେ ବେଶ୍ ଖୁସି ସେପଟେ ୮୦ କିଲୋ ଓଜନର ତେଲିଆ ମାଛ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଅଗଷ୍ଟ ୨୯ରେ ପଶ୍ଚିମବଙ୍ଗ ଦୀଘା ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସଜୀବୀଙ୍କ ଜାଲରେ ୨ଟି ବିଶାଳକାୟ ମାଛ ପଡ଼ି ଯାଇଥିଲା। ଜାଲରେ ପଡ଼ିଥିବା ଗୋଟିଏ ମାଛର ଓଜନ ୮ କ୍ୱିଣ୍ଟାଲ ଥିଲା। ମାଛଟି stingray ପ୍ରଜାତିର ଥିଲା। ସ୍ଥାନୀୟ ଲୋକେ ଏହାକୁ ‘ଶଙ୍କର’ ମାଛ କହିଥାନ୍ତି। ଆଜି ପର୍ଯ୍ୟନ୍ତ ଏତେ ବଡ଼ ‘ଶଙ୍କର’ ମାଛ ଜାଲରେ ପଡ଼ି ନଥିବା ମତ୍ସଜୀବୀ କହିଛନ୍ତି। ଏହାକୁ ଦେଖି ଲୋକମାନେ ପ୍ରଥମେ ଭୟଭୀତ ହୋଇଯାଇଥିଲେ। କେହି କେହି ଏହାକୁ ଦୈତ୍ୟ ବୋଲି ଭାବି ନେଇଥିଲେ ତ ଆଉ କେହି ଏହାକୁ ଏଲିୟନ ବୋଲି କହିଥିଲେ। ହେଲେ ପରେ ଜଣାପଡ଼ିଥିଲା ଯେ ତାହା ‘ଶଙ୍କର’ ମାଛ ।

Advertisment
West Bengal Fishermen Giant Fish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ