Advertisment

ଦିଲ୍ଲୀରେ କୋରାପୁଟର ସ୍ୱତନ୍ତ୍ର ଧାନ ‘କଳାଜିରା’, GI ଟ୍ୟାଗ୍‌ ମାନ୍ୟତା ପାଇଁ ଉଦ୍ୟମ

ଧାନ କଳା କିନ୍ତୁ ଚାଉଳ ଧଳା। ଏହି ଧାନ କଳା ଜିରା ଭଳି ଦେଖିବାକୁ। ଏଥିପାଇଁ ଏହାର ନାଁ ‘କଳାଜିରା’ ରଖାଯାଇଛି। କୋରାପୁଟର ଏହି ବିରଳ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପଲ୍ଲୀରୁ ଯାଇ ଦିଲ୍ଲୀ ବଜାରରେ ଏବେ କୋରାପୁଟ ଅଞ୍ଚଳର ଏହି ସ୍ୱତନ୍ତ୍ର ଓ ବିରଳ କଳାଜିରା ଧାନ ସ୍ଥାନ ପାଇଛି।

ଅଦ୍ୟତନ ହୋଇଛି
GI Tag For ‘Kala Jeera’

GI Tag For ‘Kala Jeera’

Advertisment

କୋରାପୁଟ: ଧାନ କଳା କିନ୍ତୁ ଚାଉଳ ଧଳା। ଏହି ଧାନ କଳା ଜିରା ଭଳି ଦେଖିବାକୁ। ଏଥିପାଇଁ ଏହାର ନାଁ ‘କଳାଜିରା’ ରଖାଯାଇଛି। କୋରାପୁଟର ଏହି ବିରଳ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପଲ୍ଲୀରୁ ଯାଇ ଦିଲ୍ଲୀ ବଜାରରେ ଏବେ କୋରାପୁଟ ଅଞ୍ଚଳର ଏହି ସ୍ୱତନ୍ତ୍ର ଓ ବିରଳ କଳାଜିରା ଧାନ ସ୍ଥାନ ପାଇଛି।  

Advertisment

କୋରାପୁଟ ବ୍ଲକ ମାଛରା ଗାଁର ଶତାଧିକ ଆଦିବାସୀ ମହିଳା କଳାଜିରା ଧାନ ଚାଷ କରୁଛନ୍ତି। ଏଠାରୁ ଉତ୍ପାଦନ ହେଉଥିବା କଳାଜିରା ଧାନକୁ ଓରମାସ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ଦିଲ୍ଲୀକୁ ପଠାଉଛନ୍ତି ଚାଷୀ। ଏହି ଚାଉଳକୁ ପ୍ୟାକେଟିଂ କରାଯାଇ ବିକ୍ରି ମଧ୍ୟ କରାଯାଉଛି।  ଏହି ଧାନର ଚାଉଳର ଏକ ସ୍ୱତନ୍ତ୍ର ସ୍ୱାଦ ସହ ବାସ୍ନା ମଧ୍ୟ ରହିଛି। ଏହା ମୁଖ୍ୟତଃ କୋରାପୁଟରେ ଉତ୍ପାଦନ ହେଉଥିବା ବେଳେ ପଦ୍ମଶ୍ରୀ କମଳା ପୂଜାରୀ, ସ୍ୱାମୀନାଥନ ଗବେଷଣା କେନ୍ଦ୍ର ଯୋଗୁ ତିଷ୍ଠି ରହିଥିବା କୁହାଯାଉଛି।

୬ ବର୍ଷ ପୂର୍ବେ ଏହି ଧାନ ବିଲୁପ୍ତ ହେବାକୁ ବସିଥିବା ବେଳେ ଏହାକୁ ସାଇତି ରଖିଥିଲେ ପଦ୍ମଶ୍ରୀ କମଳା ପୂଜାରୀ ଓ ତାଙ୍କ ପରିବାର। ତାଙ୍କଠାରୁ କୋରାପୁଟ ସହ ଅନ୍ୟ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇଥିଲା ଏହି ଧାନ। ମିଳିଥିବା ସୂଚନା ଅନୁସାରେ, ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଏନଜିଓ ଏବଂ ନାବାର୍ଡ ସହ ଅନୁବନ୍ଧିତ କାର୍ଯ୍ୟ ଶେଷ ହୋଇଛି।  

Advertisment

କେବଳ କୋରାପୁଟରେ ନୁହେଁ, ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ୧୪ଟି ବ୍ଲକରେ ଏହି କଳାଜିରା ଧାନ ଚାଷ ହେଉଛି। ଯଦି କୋରାପୁଟକୁ ଏହି ଧାନ ପାଇଁ ଜିଆଇ ଟ୍ୟାଗ ମିଳେ ତେବେ ଆଦିବାସୀ ଚାଷୀଙ୍କର ଉନ୍ନତି ହୋଇପାରିବ ବୋଲି କୁହାଯାଇଛି।

କୋରାପୁଟର କଳାଜିରା ଧାନକୁ କିପରି ଜିଆଇ ମାନ୍ୟତା ମିଳିବ, ସେନେଇ ପ୍ରସ୍ତୁତି ଶେଷ ହୋଇଛି। ନାବାର୍ଡ ଭୁବନେଶ୍ୱର ଶାଖା ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଥିବା ବେଳେ ଖୁବଶୀଘ୍ର ଏନେଇ ପଦକ୍ଷେପ ଗ୍ରହଣ କରାଯିବ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ସୂଚନା ମିଳିଛି। କଳାଜିରା ଧାନ ବିଲୁପ୍ତ ହେବା ପୂର୍ବରୁ ଚାଷୀଙ୍କୁ ଉତ୍ସାହିତ ସହ ବଜାରୀକରଣ ବ୍ୟବସ୍ଥା କରାଯାଇ ପାରିଲେ ଅନେକ ବିରଳ କିସମର ଧାନ ବିଲୁପ୍ତ ନହୋଇ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିପାରିବ ବୋଲି କୁହାଯାଉଛି।  

Advertisment
GI Tag Kala Jeera GI Tag For Kala Jeera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ