ଅସୁରକ୍ଷିତ ଜାତୀୟ ରାଜପଥ : ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା

ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସିପଡିଥିଲା ମାଲ ବୋଝେଇ ଟ୍ରକ

ଘାଟି ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର

News Summary

ଘାଟି ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର

ସେପଟେ ଯାଜପୁର ଜିଲ୍ଲା ପାଣିକୋଇଲି ଟ୍ରାଫିକ୍ ଛକର ଅବସ୍ଥା ବେହାଲ୍

ପ୍ରତିଦିନ ଘଟୁଛି ଦୁର୍ଘଟଣା, ଅକାଳରେ ଝଡ଼ିଯାଉଛି ବହୁ ଜୀବନ

ବାରିପଦା, ଯାଜପୁର (ମାଣିକଲାଲ ପାଣି ଓ ଅଭୟ ପତି) : ଅସୁରକ୍ଷିତ ଜାତୀୟ ରାଜପଥ । ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର NH ହେଉ କିମ୍ବା ମୟୂରଭଂଜ ଦେଇ ଯାଇଥିବା ୪୯ ନମ୍ବର NH, ଏଗୁଡିକ ଏବେ ମରଣଯନ୍ତା । ଗାଡି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯାଆସ କରିବାକୁ ଭୟ କରୁଛନ୍ତି ଲୋକେ ।

ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସିପଡିଥିଲା ମାଲ ବୋଝେଇ ଟ୍ରକ । ଏହିପରି ଛୋଟ ବଡ଼ ଦୁର୍ଘଟଣା ବାଙ୍ଗିରୀପୋଷି ଘାଟିରେ ନିତିଦିନିଆ ହୋଇଗଲାଣି । ଏହି ରାସ୍ତା ଜିଲ୍ଲାର ସମସ୍ତ ଅଞ୍ଚଳକୁ ଯୋଡୁଥିବାରୁ ଦୈନିକ ହଜାର ହଜାର ଦୁଇଚକିଆଠୁ ଭାରି ଯାନ ଚଳାଚଳ କରିଥାଏ । ଘାଟିର ଉପର ଓ ତଳ ମୁଣ୍ଡରେ ରାସ୍ତା ପ୍ରଶସ୍ତିକରଣ ହୋଇସାରିଥିବା ବେଳେ ଏହି ଅଙ୍କାବଙ୍କା ପାହାଡ଼ି ରାସ୍ତା ପ୍ରଶସ୍ତିକରଣ ପାଇଁ ଅନେକ ଥର ଆନ୍ଦୋଳନ, ରାସ୍ତାରୋକ ହୋଇଛି, ହେଲେ ଫଳ ଶୂନ୍ ।

ସେହିପରି ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଛକ ବି ଅସୁରକ୍ଷିତ । ଭଦ୍ରକ, ଯାଜପୁର ଓ କେନ୍ଦୁଝର ତିନି ଜିଲ୍ଲାର ସଂଯୋଗସ୍ଥଳୀ ହେଉଛି ପାଣିକୋଇଲି ଛକ । ଟ୍ରାଫିକ୍ ଛକର ବେହାଲ୍ ଅବସ୍ଥା । ବଡ଼ ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡି ଗୁଡିକ ବିପଦଜନକ ଭାବେ ଯାଆସ କରୁଛି । ଗାଡି ମୋଟର କଥା ଛାଡ, ଏହି ରାସ୍ତାରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଯିବାକୁ ନିରାପଦ ମଣୁନାହାନ୍ତି । ଦୀର୍ଘ ଦିନ ଧରି NH ସଂପ୍ରସାରଣ ନାଁରେ ଯେଉଁଠି ଇଚ୍ଛା ସେଠି ଡାଇଭର୍ସନ କରାଯାଉଥିବାରୁ ଗାଡି ଚାଳକ ମାନେ ବେପରୁଆ ଭାବେ ଗାଡି ଚଳାଉଛନ୍ତି । ଫଳରେ ପ୍ରତିଦିନ ଘଟୁଛି ଦୁର୍ଘଟଣା, ଅକାଳରେ ଝଡ଼ିଯାଉଛି ବହୁ ଜୀବନ ।