Advertisment

ଅକାଳରେ ଚାଲି ଯାଉଛି ଜୀବନ, ଏହି ରାସ୍ତା ଦେଇ ଯିବାକୁ ଡରୁଛନ୍ତି ଲୋକେ

ଅସୁରକ୍ଷିତ ଜାତୀୟ ରାଜପଥ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ହେଉ କିମ୍ବା ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, ଏଗୁଡିକ ଏବେ ମରଣଯନ୍ତା ପାଲଟିଛି। ଗାଡ଼ି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯା’ଆସ କରିବାକୁ ଭୟ କରୁଛନ୍ତି ଲୋକେ।

undefined

roads Turn Into Death Traps

Advertisment

ବାରିପଦା/ଯାଜପୁର: ଅସୁରକ୍ଷିତ ଜାତୀୟ ରାଜପଥ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ହେଉ କିମ୍ବା ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, ଏଗୁଡିକ ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଗାଡ଼ି ଚଳାଇବାକୁ ଡ୍ରାଇଭରମାନେ ଡରୁଛନ୍ତି। 

Advertisment

ମୟୂରଭଞ୍ଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର। ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ୨ ଦିନ ପୂର୍ବେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସି ପଡ଼ିଥିଲା ମାଲ୍‌ ବୋଝେଇ ଟ୍ରକ୍‌। ଏହିପରି ଛୋଟ ବଡ଼ ଦୁର୍ଘଟଣା ବାଙ୍ଗିରୀପୋଷି ଘାଟିରେ ନିତିଦିନି‌ଆ ହୋଇଗଲାଣି। ଏହି ରାସ୍ତା ଜିଲ୍ଲାର ସମସ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ଦୈନିକ ହଜାର ହଜାର ଦୁଇ ଚକିଆଠୁ ଭାରି ଯାନ ଚଳାଚଳ କରିଥାଏ। ଘାଟିର ଉପର ଓ ତଳ ମୁଣ୍ଡରେ ରାସ୍ତା ପ୍ରଶସ୍ତିକରଣ ହୋଇସାରିଥିବା ବେଳେ ଏହି ଅଙ୍କାବଙ୍କା ପାହାଡ଼ି ରାସ୍ତା ପ୍ରଶସ୍ତିକରଣ ପାଇଁ ଅନେକ ଥର ଆନ୍ଦୋଳନ ଓ ରାସ୍ତାରୋକ ହୋଇଛି, ହେଲେ ଫଳ ଶୂନ୍। 

ସେହିପରି ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଛକ ବି ଅସୁରକ୍ଷିତ। ଭଦ୍ରକ, ଯାଜପୁର ଓ କେନ୍ଦୁଝର ଏହି ତିନି ଜିଲ୍ଲାର ସଂଯୋଗ ସ୍ଥଳୀ ହେଉଛି ପାଣିକୋଇଲି ଛକ। ଟ୍ରାଫିକ୍ ଛକର ସ୍ଥିତି ଏବେ ସଙ୍ଗୀନ। ବଡ଼ ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡ଼ି ଗୁଡିକ ବିପଦଜନକ ଭାବେ ଯା’ଆସ କରୁଛି। ଗାଡ଼ି ମୋଟର କଥା ଛାଡ, ଏହି ରାସ୍ତାରେ ସ୍କୁୁଲ, କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଯିବାକୁ ନିରାପଦ ମଣୁ ନାହାନ୍ତି। ଦୀର୍ଘ ଦିନ ଧରି NH ସଂପ୍ରସାରଣ ନାଁରେ ଯେଉଁଠି ଇଚ୍ଛା ସେଠି ଡାଇଭର୍ସନ କରାଯାଉଥିବାରୁ ଗାଡି ଚାଳକମାନେ ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି ଓ ଅକାଳରେ ଝଡ଼ି ଯାଉଛି ବହୁ ଜୀବନ।

Advertisment
Odisha Mayurbhanj Jajpur Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ