ଗୁରୁତର ଅସୁସ୍ଥ ବିଧାୟକ ବଦ୍ରି ପାତ୍ରଙ୍କୁ ହାଇଦ୍ରାବାଦକୁ ଏୟାରଲିଫ୍ଟ

ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ କରାଯାଇଛି । ଏସମ୍ପର୍କରେ ତାଙ୍କ ପୁଅ ଦେବପ୍ରିୟ ପାତ୍ର ସୂଚନା ଦେଇଛନ୍ତି ।

ଗୁରୁତର ଅସୁସ୍ଥ ବିଧାୟକ ବଦ୍ରି ପାତ୍ରଙ୍କୁ ହାଇଦ୍ରାବାଦକୁ ଏୟାରଲିଫ୍ଟ

ଭୁବନେଶ୍ୱର : ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦକୁ ଏୟାରଲିଫ୍ଟ ହେଲେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର । ଭୁବନେଶ୍ୱର ବିମାନ ବନ୍ଦରରୁ ହାଇଦ୍ରାବାଦକୁ ଏୟାରଲିଫ୍ଚଟ ହୋଇଛନ୍ତି ବଦ୍ରି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଏୟାରଲିଫ୍ଟ ସମୟରେ ତାଙ୍କ ସହ ତାଙ୍କ ସ୍ତ୍ରୀ ଓ ପୁଅ ଅଛନ୍ତି । ତାଙ୍କ ପୁଅ ଦେବପ୍ରିୟ ପାତ୍ର ଏହି ସୂଚନା ଦେଇଛନ୍ତି ।

 ଭୁବନେଶ୍ୱର ସ୍ଥିତ ବାସଭବନରେ ଗତକାଲି ସକାଳେ ହଠାତ୍ ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ଅସୁସ୍ଥ ଅନୁଭବ କରିବା ସହ ବେଡରେ ପଡ଼ିରହିଲେ । ଏସମ୍ପର୍କରେ ଡାକ୍ତରଙ୍କୁ ପରିବାର ଲୋକ ପଚରାଉଚରା କରିଥିଲେ । ଘରୋଇ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ତେବେ ଡାକ୍ତଖାନାରେ ତାଙ୍କର ପ୍ରଥମେ ଆଞ୍ଜିଓଗ୍ରାମ କରାଗଲା । ରିପୋର୍ଟରେ ହାର୍ଟରେ ଦୁଇଟି ବ୍ଲକେଜ୍ ଥିବା ଜଣାପଡ଼ିଥିଲା । ତେବେ ଏଥିପାଇଁ ତୁରନ୍ତ ତାଙ୍କର ଅପରେସନ୍ କରାଗଲା ।

ପାଖାପାଖି ୨ ଟା ମଧ୍ୟରେ ଅପରେସନ୍ ଶେଷ ମଧ୍ୟ ହୋଇଗଲା । ଏହାସହ ତାଙ୍କର ଭିନ୍ନ ଆଉ ଏକ ଅସୁବିଧା ଥିଲା । ପାକସ୍ତଳୀ ଇଣ୍ଟରନାଲ ବ୍ଲିଡିଂ ହେଉଥିଲା । ହେଲେ ସେସମ୍ପର୍କରେ କେହି କିଛି ଜାଣି ନଥିଲା ।  ଏହା ପରେ ଡାକ୍ତରମାନେ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ନେଇ ଯିବାକୁ କହିଥିଲେ । ଫଳରେ ଆଜି ୫ଟା ୪୫ ସମୟରେ ତାଙ୍କୁ ହାଇଦ୍ରାବାଦ ଏୟାରଲିପ୍ଟ କରାଯାଇଛି ।