Advertisment

ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରଥମ ସମଲିଙ୍ଗୀ ପୁରୁଷ

ତେଲେଙ୍ଗାନାରେ ଦେଖାଦେଇଛି ପ୍ରଥମ ସମଲିଙ୍ଗୀ ପୁରୁଷ ବିବାହ। ଦୀର୍ଘ ୮ ବର୍ଷର ପ୍ରେମକୁ ଆଗକୁ ନେବା ନେଇ ସୁପ୍ରିୟୋ ଓ ଅଭୟ ଏହି ନିଷ୍ପତ୍ତି ନେଇଛନ୍ତି।

ଅଦ୍ୟତନ ହୋଇଛି
Gay couple wedding story

Gay couple wedding story

Advertisment

ନୂଆଦିଲ୍ଲୀ : ତେଲେଙ୍ଗାନାରେ ସମଲିଙ୍ଗୀ ପୁରୁଷ ବିବାହ ଚର୍ଚ୍ଚାକୁ ଆସିଛି। ଦିଲ୍ଲୀର ୩୪ ବର୍ଷୀୟ ଅଭୟ ଡାଙ୍ଗ ଓ ପଶ୍ଚିମବଙ୍ଗର ୩୧ ବର୍ଷୀୟ ସୁପ୍ରିୟୋ ଚକ୍ରବର୍ତ୍ତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହ ହଳଦୀ, ମେହେନ୍ଦୀ ଠାରୁ ନେଇ ସଂଗୀତ ପର୍ଯ୍ୟନ୍ତ ସବୁ ପ୍ରକାରର ରୀତିନୀତି ସହିତ ଶେଷ ହୋଇଛି। ଏଥିରେ ଉଭୟ ପକ୍ଷର ପରିବାର ମଧ୍ୟ ସାମିଲ ଥିବା ନଜର ଆସିଛି।

Advertisment

ଏହି ବିବାହ ପରେ ବର୍ତ୍ତମାନ ନବବିବାହିତଙ୍କ ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଅବସରରେ LGBTQ ସମୁଦାୟର ଅନେକ ଲୋକ #CoupleGoals ଦେଉଛନ୍ତି ଏବଂ ଦେଶରେ ଏହି ପ୍ରକାର ଆୟୋଜନକୁ ବଢେଇବାରେ ଆଶା ପ୍ରକାଶ କରିଛନ୍ତି।

ହାଇଦ୍ରାବାଦର ତେଲେଙ୍ଗାନାରେ ଏଭଳି ସମଲିଙ୍ଗୀ ପୁରୁଷ ବିବାହ ପ୍ରଥମ ଥର ପାଇଁ ଦେଖାଦେଇଛି। ସୁପ୍ରିୟୋ ଚକ୍ରବର୍ତ୍ତୀ ଓ ଅଭୟ ଡାଙ୍ଗ ସେମାନଙ୍କର ପାଖାପାଖି ଗୋଟିଏ ଦଶକର ଲମ୍ବା ପ୍ରେମ ସଂପର୍କକୁ ଆଗକୁ ବଢେଇବା ନେଇ ଏହି ବିବାହ କରିଛନ୍ତି। ସୁପ୍ରିଓ କହିଛନ୍ତି ଯେ ସେମାନଙ୍କ ବିବାହ ସମସ୍ତଙ୍କୁ ଏକ ଦୃଢ ବାର୍ତ୍ତା ଦେଇଛି ଯେ ବୈହାହିକ ଜୀବନକୁ ଖୁସି କରିବା ପାଇଁ କାହାର ଅନୁମତି ନେବା ଦରକାର ନାହିଁ।

Advertisment

ସେ କହିଛନ୍ତି ଯେ ଯଦିଓ ଏହି ବିବାହ ପଞ୍ଜୀକୃତ ହୋଇପାରିବ ନାହିଁ, ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଏହି ସମାରୋହରେ ଏକାଠି ହୋଇଥିଲେ। ସୁପ୍ରିୟୋଏବଂ ଅଭୟ ପରସ୍ପରକୁ ମୁଦି ପିନ୍ଧେଇଛନ୍ତି। ସେମାନେ ଏକ ରିସୋର୍ଟରେ ଆୟୋଜିତ ଏକ ବିବାହ ସମାରୋହରେ ଏକାଠି ରହିବାକୁ ସ୍ଥିର କରିଥିଲେ। ସମଲିଙ୍ଗୀ ଦମ୍ପତିଙ୍କ ବନ୍ଧୁ ସୋଫିଆ ଡେଭିଡଙ୍କ ଦ୍ୱାରା ଏହି ବିବାହ କରାଯାଇଥିଲା, ଯିଏ ନିଜେ ଜଣେ LGBTQ ସମ୍ପ୍ରଦାୟର।

ସୁପ୍ରିୟୋ ହୋଟେଲ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିବାବେଳେ ଅଭୟ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାମ କରୁଛନ୍ତି। ୨୦୧୨ ମସିହାରେ ଏକ ଅନ୍‌ଲାଇନ୍ ଡେଟିଂ ଆପ୍ ମାଧ୍ୟମରେ ଦୁହେଁ ସାକ୍ଷାତ ହୋଇଥିଲେ ଏବଂ ସେବେଠାରୁ ଏକାଠି ରହୁଥିଲେ।

Advertisment

ସୁପ୍ରିୟୋ କହିଛନ୍ତି ଯେ “ଏହି ବିବାହ ଦୁଇ ଦିନିଆ କାର୍ଯ୍ୟକ୍ରମ ଥିଲା। ଏହା ଏପରି ଏକ କାର୍ଯ୍ୟକ୍ତମ ଥିଲା ଯେଉଁଠାରେ ଆମର ସମସ୍ତ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଆମେ ମେହେନ୍ଦୀ ଓ ସଂଗୀତରୁ ଉତ୍ସବ ଆରମ୍ଭ କରିଥିଲୁ। ମୁଁ ଏବଂ ଅଭୟ ଭିନ୍ନ ଭିନ୍ନ୍ ରାଜ୍ୟରୁ ଆସିଛୁ। ସେ ପଞ୍ଜାବୀ ହୋଇଥିବା ବେଳେ ଏବଂ ମୁଁ ବଙ୍ଗାଳୀ। ଶନିବାର ଦିନ ଆମର ଏକ ହଳଦୀ ସମାରୋହ ହୋଇଥିଲା ଏବଂ ସୋଫିଆ ଡେଭିଡ୍‌ ଆମର ବୈବାହିକ ପରମ୍ପରାକୁ ସମାପ୍ତ କରିଥିଲେ।”

ସୁପ୍ରିୟୋ କହିଛନ୍ତି ଯେ ବିବାହର ଏହି ସମାରୋହ ବନ୍ଧୁ ଏବଂ ପରିବାରଙ୍କ ସହ “ଆମର ମିଳନ ଉତ୍ସବ” ପାଳନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି ଅବସରରେ ନବବିବାହୀତ ସମଲିଙ୍ଗୀ ଦମ୍ପତି ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ ଏହି ଉତ୍ସବ ପାଳନ କରିଥିଲେ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ