Advertisment

ଆଶ୍ଚର୍ଯ୍ୟ ! ! ! ମାଟି ତଳୁ ଆପେ ଆପେ ବାହାରୁଛି ପାଣି ଓ ଗ୍ୟାସ୍‌

ଯେଉଁ ବିଲରେ ଦିନେ ମାଟି ଫାଟି ଆଁ କରିଥିଲା, ଆଜି ସେଠାରେ ଅଚାନକ ପାଣି ଆଉ ଏହା ପରେ ସେଠାରୁ ଗ୍ୟାସ୍‌ ଭଳି ଜୋରରେ ପବନ ବି ବାହାରୁଛି।

ଅଦ୍ୟତନ ହୋଇଛି
Gas leaking out of farmland in Chhattisgarh

Gas leaking out of farmland in Chhattisgarh

Advertisment

ମାଟି ତଳୁ ଆପେ ଆପେ ବାହାରୁଛି ପାଣି ଓ ଗ୍ୟାସ୍‌। ଯେଉଁ ବିଲରେ ଦିନେ ମାଟି ଫାଟି ଆଁ କରିଥିଲା, ଆଜି ସେଠାରେ ଅଚାନକ ପାଣି ଆଉ ଏହା ପରେ ସେଠାରୁ ଗ୍ୟାସ୍‌ ଭଳି ଜୋରରେ ପବନ ବି ବାହାରୁଛି। ଛତିଶଗଡ଼ର ଚର୍ଚ୍ଚିତ ଗାଁ  ପିହରିଦରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। କିଛି ଦିନ ପୂର୍ବେ ଏହି ଗାଁର ରାହୁଲ ସାହୁକୁ ବୋରୱେଲ୍‌ରୁ ଉଦ୍ଧାର ଘଟଣା ଚର୍ଚ୍ଚା ପାଲଟି ଥିବାବେଳେ ଏହି ଘଟଣା ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

Advertisment

ପିହରିଦ ଗାଁର ଚାଷୀ ଲକ୍ଷ୍ମୀ ନାରାୟଣ ଜାଟ୍‌ୱର ସବୁଦିନ ଭଳି ନିଜ ଚାଷ ଜମିକୁ ଯାଇଥିଲେ। ହଠାତ ଜମିରେ ପାଣି ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ବିଲର ଏକ ସ୍ଥାନରେ ଗାତ ଦେଖିଥିଲେ, ଯେଉଁଥିରୁ ପାଣି ଫୁଆରା ହୋଇ ବାହାରୁଛି। କେବଳ ପାଣି ନୁହଁ ବରଂ ମାଟି ତଳୁ ଥଣ୍ଡା ପବନ ଆକାରରେ ଗ୍ୟାସ ବି ବାହାରୁଥିବା ଦେଖିବାକୁ ମିଳିଛି।

ଏହି ଘଟଣା  ପରେ ଗାଁର ମହିଳା ସେହି ସ୍ଥାନରେ ପୂଜା କରିବା ସହ ଲୋକଙ୍କ ଭିଡ଼ ଜମିଛି। ସେପଟେ ସେଠାରୁ ବାହାରୁଥିବା ଗ୍ୟାସ୍‌ କାଳେ ବିଷାକ୍ତ ହୋଇଥିବ ସେଥିପାଇଁ  ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। 

Advertisment

Chhattisgarh Rahul Sahu Gas Leaking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ