Advertisment

ଅଳିଆ ବିବାଦ ତୁଟାଇବା ପାଇଁ ୯ ମାସ ସମୟ ମାଗିଛୁ: ଉଷା ଦେବୀ

ସଙ୍ଗୀନ ହେଲାଣି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି।

ଅଦ୍ୟତନ ହୋଇଛି
Garbage Problem

Garbage Problem

Advertisment

ଭୁବନେଶ୍ୱର ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ ପ୍ରସଙ୍ଗ ଲୋକସେବା ଭବନରେ ଚାଲିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଏଥିରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବଙ୍କ ସହ ବିଏମସି ମେୟର ଓ କମିଶନର ଯୋଗ ଦେଇଥିଲେ । ଏହାସହ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।

Advertisment

ଆଲୋଚନାରେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ମଧ୍ୟ ଯୋଗ ଦେଇଥିଲେ । ବୈଠକ ପରେ ସମସ୍ୟାର ସମାଧାନ ନେଇ ଉଭୟ ପକ୍ଷ ଆଶାବାଦୀ ଅଛନ୍ତି । ବୈଠକ ପ୍ରାୟତ ସଫଳ ହୋଇଥିବା ନଗକ ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଗତ ୩ ସପ୍ତାହରୁ ଅଧିକ ଦିନ ଧରି ଏହି ବିବାଦ ଲାଗି ରହିଛି । ଭୁବନଶ୍ୱରରୁ ଦାରୁଠେଙ୍ଗା ଭୁଆସୁଣୀ ଡମ୍ପିଂୟାର୍ଡକୁ ଅଳିଆ ଯାଇପାରୁନାହିଁ । ଦାରୁଠେଙ୍ଗର ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପଡ଼ିପାରୁନଥିବାରୁ କେବଳ ସୈନିକ ସ୍କୁଲ ପଛ ପଟ ଡମ୍ପିଂୟାର୍ଡରେ ଆବର୍ଜନା ପଡୁଛି ।

ଉଚ୍ଚସ୍ତରୀୟ ବୈଠକ ଶେଷରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ପ୍ରତିକ୍ରିୟା ମିଳିପାରିଛି । ସେ କହିଛନ୍ତି ଯେ, ‘ସମସ୍ୟା ନେଇ ଆଲୋଚନା ହେଲା, ବୈଠକ ପ୍ରାୟତଃ ସଫଳ ହୋଇଛି । ଗ୍ରାମବାସୀଙ୍କ ଦାବି ଶୁଣିଛୁ, ଖୁବ୍‌ଶୀଘ୍ର ଦାବି ପୂରଣ କରାଯିବ । ସମାଧାନ ପାଇଁ ୯ ମାସ ସମୟ ମାଗିଛୁ’ ।

Advertisment

ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି ।  ନଖରାରୁ ନନ୍ଦନକାନନ, ଶିଶୁପାଳଗଡ଼ରୁ ଆଇଗିଣିଆ, ଯୁଆଡେ ଆଖି ପଡୁଛି ସେଠି କୁଢ଼ କୁଢ଼ ଅଳିଆ ।

ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ବୁଝାମଣା କରି ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ବିଏମସି ଅଣ୍ଟା ଭିଡ଼ିଛି।  ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ଧିରେ ଧିରେ କମାଇବାକୁ ବିଏମସି ମେୟର ମୌଖିକ ଭାବେ ୯ ମାସ ସମୟ ମାଗିଛନ୍ତି। ହେଲେ  ଲିଖିତ ଭାବେ ଏଗ୍ରିମେଣ୍ଟରେ ୧୨ ମାସ ସମୟ ପାଇଁ ଉଲ୍ଲେଖ ରହିଛି।  ବିଏମ୍‌ସିର ନିଷ୍ପତ୍ତିରେ ପଞ୍ଚାୟତବାସୀ ସହମତି ପ୍ରକାଶ କରିପାରୁନାହାନ୍ତି । ସେଥିପାଇଁ ଆଜି ଆଉ ଥରେ ପଲ୍ଲୀସଭା ବସିବ ।

Advertisment
BMC Dumping Yard Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ