Advertisment

ପୁରୀରେ ଫେଲ ମାରିଛି ବର୍ଜ୍ୟବସ୍ତୁ ପରିଚାଳନା ! ସହର ମଝିରେ ମଇଳା ଆର୍ବଜନାର ପାହାଡ଼

ପୁରୀ ବଳିଆପଣ୍ଡା ଗୋଡବାଡସାହିର ବଙ୍ଗାଳୀ କଲୋନୀ । ଏଠି ସୃଷ୍ଟି ହୋଇଛି ଗନ୍ଧମୟ ପରିବେଶ । କାହିଁକି ନା ବର୍ଷ ବର୍ଷ ଧରି ପୁରୀ ସହରର ମଇଳା ଆବର୍ଜନା ଏଠାରେ ପଡିରହୁଛି । ଫଳରେ ଏହି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସହ ଘର ଭିତରେ ପୋକ ଜୋକ ହେଉଥିବା ଅଭିଯୋଗ ହୋଇଛି

ଅଦ୍ୟତନ ହୋଇଛି
Garbage Management Failure

Garbage Management Failure

Advertisment

ଆଇକନ ସିଟି ପୁରୀ ସହରରେ ଫେଲ ମାରିଛି ବର୍ଜ୍ୟବସ୍ତୁ ପରିଚାଳନା । ଜୈବସାର କାରଖାନା ଅଚଳ ଯୋଗୁଁ ସହରର ମଧ୍ୟ ସ୍ଥାନରେ ସୃଷ୍ଟି ହୋଇଛି ମଇଳା ଆବର୍ଜନାର ପାହାଡ । ଫଳରେ ବଳିଆପଣ୍ଡା ଅଞ୍ଚଳର ଲୋକେ ପୂତି ଗନ୍ଧମୟ ବାତାବରଣରେ ଜୀବନ ଜିଇଁବା ଲାଗି ବାଧ୍ୟ ହେଉଛନ୍ତି । ଏପରିକି କିଛି ଲୋକ ଶ୍ୱାସ ରୋଗରେ ପୀଡିତ ହେଲେଣି । ତୁରନ୍ତ ଜନବସତିଠାରୁ ଏହି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ହଟାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Advertisment

ପୁରୀ ବଳିଆପଣ୍ଡା ଗୋଡବାଡସାହିର ବଙ୍ଗାଳି କଲୋନୀ । ଏଠି ସୃଷ୍ଟି ହୋଇଛି ଗନ୍ଧମୟ ପରିବେଶ । କାହିଁକି ନା ବର୍ଷ ବର୍ଷ ଧରି ପୁରୀ ସହରର ମଇଳା ଆବର୍ଜନା ଏଠାରେ ପଡିରହୁଛି । ଫଳରେ ଏହି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସହ ଘର ଭିତରେ ପୋକ ଜୋକ ହେଉଥିବା ଅଭିଯୋଗ ହୋଇଛି । ମଇଳା ପାହାଡରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଉଥିବାରୁ ଚାରିଆଡେ ହୋଇପଡୁଛି ଧୂଆଁମୟ ହୋଇଯାଇଛି । ଫଳରେ ସ୍ଥାନୀୟ ଲୋକେ ଘର ଭିତରେ ରହିବା ଏକପ୍ରକାର କଷ୍ଟକର ହୋଇପଡୁଛି । ଏମିତିକି ଏହି ଅଞ୍ଚଳରେ ଅନେକ ଲୋକ ଶ୍ୱାସ ରୋଗରେ ପୀଡିତ ହୋଇଥିବା କହିଛନ୍ତି । ଏହି ଅଞ୍ଚଳରୁ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଠାଇ ଦିଆଯାଉ ବୋଲି ଦାବି ହେଉଛି ।

୧୯୯୦ ମସିହାରେ ଏଠାରେ ଆରମ୍ଭ ହୋଇଥିଲା ଜୈବସାର କାରଖାନା । ହେଲେ ଏବେ ବର୍ଷ ବର୍ଷ ଧରି ଅଚଳ ହୋଇପଡିଛି । ଫଳରେ ମଇଳା ଆବର୍ଜନା ଜୈବସାରରେ ପରିବର୍ତ୍ତନ ହୋଇପାରୁନି । ସ୍ଥାନୀୟ ଅଞ୍ଚଳରେ ଗନ୍ଧମୟ ବାତାବରଣ ସୃଷ୍ଟି କରୁଛି । ସେପଟେ ଏଭଳି ଅବ୍ୟବସ୍ଥାକୁ ସ୍ୱୀକାର କରିଛନ୍ତି ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ନୂତନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବା ବାୟୋ ମାଇନିଂ ପାଇଁ ଚିଠି ଲେଖଛନ୍ତି । ତାସହ ଏହି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ପ୍ଳାଣ୍ଟ କରାଯାଇଛି, ଫଳରେ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।

Advertisment
Garbage Management Failure
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ