Advertisment

‘ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ରନ୍ଧନ ଗ୍ରହଣୀୟ ନୁହେଁ’

ଗଜପତି କହିଛନ୍ତି, ବିଧି ଓ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ରଥଯାତ୍ରା ହେବା କଥା। ସ୍ଥଳ ବିଶେଷରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରୁ ତ୍ରୟୋଦଶୀ ତିଥି ମଧ୍ୟରେ ରଥଯାତ୍ରା ହୋଇପାରିବ। ଖଜାର ବ୍ୟବସାୟୀକରଣ, ନିର୍ମାଲ୍ୟ ବିକ୍ରି ଓ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ରନ୍ଧନ କରି ବିକ୍ରି ହେଉଥିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ।

Gajapati Maharaja

Gajapati Maharaja

Advertisment

ମହାପ୍ରସାଦ ନାଁରେ ଶ୍ରୀମନ୍ଦିର ବାହାରେ ଅବଢ଼ା ରନ୍ଧନ ଗ୍ରହଣୀୟ ନୁହେଁ । ଏହା କଳିଯୁଗର ପ୍ରଭାବ । ଏଥିପାଇଁ ପ୍ରଶାସନିକ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେହିଭଳି ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବା ଆବଶ୍ୟକ ଏବଂ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ହେବା କଥା।

Advertisment

ମହାପ୍ରଭୁଙ୍କ ପ୍ରଚାର ପ୍ରସାର ପାଇଁ ବହୁ ଭାଷାରେ ପୁସ୍ତକ ଲେଖାଯିବା ଏବଂ ବ୍ୟାପକ ପ୍ରଚାର ପ୍ରସାର ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗଜପତି ମହାରାଜା । ପୁରୀରେ ନକଲି ଅବଢ଼ା ପ୍ରସ୍ତୁତି ନେଇ ସୁଆର ମହାସୁଆର ନିଯୋଗ ତରଫରୁ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯାଇଛି । ପୁରୀ ଲୋକନାଥ ରୋଡ୍ ପାଇକ ସାହି ସାପୁଆ ମଠ ସମ୍ମୁଖରେ ନକଲି ଅବଢ଼ା ପ୍ରସ୍ତୁତ କରାଯାଉଥିଲା ।

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ପୁଣି ଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉଦବେଗ । ରତ୍ନ ଭଣ୍ଡାରର ସ୍ଥିତି ଆଦୌ ଭଲ ନଥିବାରୁ ଏହାକୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଗଜପତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହଣ ମହଣ ସୁନା, ଅଳଙ୍କାର ଗଚ୍ଛିତ ଥିବା ରତ୍ନଭଣ୍ଡାର ଯେ କେତେ ଅସୁରକ୍ଷିତ ହୋଇପଡ଼ିଛି, ମହାରାଜଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇଛି । କେଉଁଠି ଫାଟ ଅଛି ତ ଆଉ କେଉଁଠି ବର୍ଷା ହେଲେ ପାଣି ଗଳୁଛି ।

Advertisment

ରତ୍ନଭଣ୍ଡାରର ଭିତର କାନ୍ଥର ଅବସ୍ଥା ଆଦୌ ଭଲ ହିଁ ନାହିଁ । ତେଣୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା କଥାକୁ ପୁଣି ଦୋହରାଇଛନ୍ତି ଗଜପତି । କେବଳ କହିନାହାଁନ୍ତି, ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ସତ୍ତ୍ୱେ ଏବଂ ଆଇନରେ ବ୍ୟବସ୍ଥା ଥିବା ସତ୍ତ୍ୱେ କାହିଁକି ରାଜ୍ୟ ସରକାର ଏଯାଏଁ ନିରବ ରହୁଛନ୍ତି ବୋଲି ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରବେଳେ କ୍ଷୋଭ ପ୍ରକାଶ କରିଛନ୍ତି ।

Ratha Jatra Puri Gajapati Maharaj Dibyasingha Deb Puri Abhada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ