Ratna Bhandar
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବିଜେପି ଟିମ୍ ଗଜପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ । ଓଟିଭିକୁ ଲେଖିଥିବା ଏକ ପ୍ରେସ ବିବୃତ୍ତି ଜରିଆରେ ଗଜପତି ମହାରାଜା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରେସ ବିବୃତ୍ତିରେ ସେ କହିଛନ୍ତି, ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରସ୍ଥ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲଯାଇ ସେଠାରେ ଗଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ମଣତି କରାଯିବ ଏବଂ ଏଏସଆଇ ଦ୍ୱାରା ରତ୍ନଭଣ୍ଡା ମରାମତି ସମ୍ପର୍କୀତ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।
ସେ ଆହୁରି କହିଛନ୍ତି ଯେ ଏଥିପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଟ ମସୟ ହୋଇପାରିବ । କାରଣ ଏହାପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥା। ଯାତ୍ରୀ ଏବଂ ଦର୍ଶନାଥୀଙ୍କ ସଂଖ୍ୟା ମଦ୍ୟ ଅପେକ୍ଷାକୃତ କମ ଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697740476.jpg)