Advertisment

ଭୁଲ୍‌ରେ ଏହି ଆପ୍‌ର ଲିଙ୍କ୍‌ ଶେଆର କରନ୍ତୁ ନାହିଁ, ଖାଲି ହୋଇଯିବ ଆକାଉଣ୍ଟ

ଅନ୍‌ଲାଇନ୍‌ ଆପ୍‌ରେ ଟ୍ରେଡିଂ ନାଁରେ କୋଟି କୋଟି ଟଙ୍କା ଠକେଇ। କମ୍ ଟଙ୍କା ବ୍ୟୟରେ ପ୍ରତିଦିନ ଇନ୍‌କମ୍‌ର ପ୍ରତିଶ୍ରୁତି, ଆଉ ଏଥିରେ ଯିଏ ବିଶ୍ୱାସ କରିଗଲା ସେ ଠକାମୀର ଶିକାର ହେଲେ। ଏଭଳି ଅଭିନବ ଉପାୟରେ ଆପ୍ ମାଧ୍ୟମରେ ଟଙ୍କା ଅର୍ଜନ କରିବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛି ଏକ କମ୍ପାନୀ।

ଅଦ୍ୟତନ ହୋଇଛି
Online fraud

Online fraud

Advertisment

ବ୍ରହ୍ମପୁର: ଅନ୍‌ଲାଇନ୍‌ ଆପ୍‌ରେ ଟ୍ରେଡିଂ ନାଁରେ କୋଟି କୋଟି ଟଙ୍କା ଠକେଇ। କମ୍ ଟଙ୍କା ବ୍ୟୟରେ ପ୍ରତିଦିନ ଇନ୍‌କମ୍‌ର ପ୍ରତିଶ୍ରୁତି, ଆଉ ଏଥିରେ ଯିଏ ବିଶ୍ୱାସ କରିଗଲା ସେ ଠକାମୀର ଶିକାର ହେଲେ। ଏଭଳି ଅଭିନବ ଉପାୟରେ ଆପ୍ ମାଧ୍ୟମରେ ଟଙ୍କା ଅର୍ଜନ କରିବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛି ଏକ କମ୍ପାନୀ। ଗଜପତି ଜିଲ୍ଲାର ୩ ହଜାରରୁ ଅଧିକ ଲୋକ ଏଭଳି ଠକାମିର ଶିକାର ହୋଇଛନ୍ତି। ୬କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି।

Advertisment

ନାଇସ୍ ସେୟାର ନାମକ ଅନ୍‌ଲାଇନ୍ ଆପ୍ ଦ୍ୱାରା ଲୋକମାନେ ଏହି ଠକାମିର ଶିକାର ହୋଇଛନ୍ତି। ଗଜପତି ଅଞ୍ଚଳର କିଛି ଯୁବକଯୁବତୀ ପ୍ରଥମେ କ୍ୱିଡକୋ ଓ ପରେ ନାଇସ୍ ସେୟାର ଆପ୍‌ର ଲିଙ୍କ୍ ହ୍ୱାଟସ୍ଆପ୍‌, ଟେଲିଗ୍ରାମ୍‌ ପାଇଥିଲେ। ଆପ୍‌ର ଲିଙ୍କ୍‌କୁ ସେୟାର କରି ଟଙ୍କା ଅର୍ଜନ କରିବାର ଲୋଭ ଦେଖାଇ ଦିଆଯାଇଥିଲା। ଏହା ପରେ ଆପ୍‌ର ଠକେଇ ଜାଲରେ ଫସିଥିଲେ ଜଣେ ପରେ ଜଣେ।  ଲିଙ୍କ୍ ସେୟାର କରୁ କରୁ ଆପ୍‌ରେ ସୂଚିତ କରାଗଲା, କିଭଳି ଟଙ୍କା ଜମା କଲେ ଏହାର ରିଟର୍ଣ୍ଣ ପାଇବେ।  ପ୍ରଥମେ ଶହେ, ୩ ଶହ ଟଙ୍କାରୁ ଆରମ୍ଭ କରି ରିଟର୍ଣ୍ଣ ପାଇବାର ଲୋଭ ଦେଖାଇ ଲୋକଙ୍କୁ ଫସାଇ ଥିଲା ଏହି ଠକ କମ୍ପାନୀ। 

Advertisment

ପ୍ରଥମେ ପ୍ରଥମେ ଲିଙ୍କ୍ ସେୟାର ସହ ଟଙ୍କା ଜମା କରି କିଛି ଟଙ୍କା ମଧ୍ୟ ଫେରସ୍ତ ପାଇଥିଲେ ଲୋକେ। ଶେଷରେ ଯେତେବେଳେ ଜମାକାରୀ ୩ ଲକ୍ଷରୁ ୧୮ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଜମାକଲେ ଆପ୍ ଉଦ୍ଭାନ ହୋଇଗଲା। ଏପରିକି ଏହି ଆପ୍ ମାଧ୍ୟମରେ ବିଭିନ୍ନ ଗେମ୍‌ରେ ବେଟିଂ କରି ମୋଟା ଅଙ୍କର ଟଙ୍କା ରୋଜଗାର ଲାଗି ଲୋଭ ଦିଆଯାଇଥିଲା। ଲକ୍ଷେ ଟଙ୍କାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେଟିଂ କରିଥିଲେ କିଛି ଲୋକେ। 

ଠକାମିର ଶିକାର ହୋଇଥିବା ଲୋକେ ଘଟଣାକୁ ନେଇ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଫେରାଦ ହୋଇଛନ୍ତି। ତେବେ ଏହି ମାମଲାକୁ ସାଇବର ଥାନା ଦ୍ୱାରା ତଦନ୍ତ କରିବାକୁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶ ଦିଆଯାଇ ଥିବାବେଳେ ଲୋକେ କେବେ ଟଙ୍କା ଫେରି ପାଇବେ ତାକୁ ନେଇ ଏବେ ଚିନ୍ତାରେ। ଲୋକଙ୍କୁ ଫସାଇବା ପାଇଁ କମ୍ପାନୀ ଗୁଡ଼ିକ ଏଭଳି ଲୋଭନୀୟ ଅଫର ଦେଇ ପରେ ଠକୁଥିବାରୁ ଏଭଳି ଆପ୍ ପ୍ରତି ସଚେତନ ରହିବାକୁ ଡିଆଇଜି ପରାମର୍ଶ ଦେଇଛନ୍ତି। ଏହି ମାମଲା ସାଇବର ଥାନାକୁ ହସ୍ତାନ୍ତର କରାଯାଇଥିବା ଡିଆଇଜି କହିଛନ୍ତି।

Advertisment
Online Fraud Nice Share App Online Earning App
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ