Advertisment

ବଢ଼ିଲା ବସ୍‌ ଭଡ଼ା ! ଜାଣନ୍ତୁ କେଉଁ ବସ୍‌ ପାଇଁ କେତେ ରେଟ୍‌

ଅର୍ଡିନାରୀ ବା ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି ।

ଅଦ୍ୟତନ ହୋଇଛି
undefined

BUS Fare

Advertisment

ପୁଣି ବଢ଼ିଲା ବସ୍‌ ଭଡ଼ା । ଦେଶ ତଥା ରାଜ୍ୟରେ ତୈଳ ଦର ବୃଦ୍ଧି ପାଉଥିବାରୁ ବସ୍‌ ଭଡ଼ା ପୁଣି ବୃଦ୍ଧି ପାଇଛି । ବସ୍‌ ଭଡ଼ା ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଅର୍ଡିନାରୀ ବା ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି ।

Advertisment

ସେପଟେ ଡିଲକ୍ସ ଭଡ଼ା ୧ ଟଙ୍କା ୨୫ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୩ରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଥିବା ବେଳେ ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୩୮ରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ମଧ୍ୟ ସୂଚନା ଦେଇଛନ୍ତି ।

ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ଦର ୧୦୭ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି । ସେହିପରି ଡିଜେଲ ୯୬ ଟଙ୍କାରୁ ଉର୍ଦ୍ଧ୍ୱ ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ୯୯.୪୧ ଓ ୯୦.୭୭ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪ଟଙ୍କା ୧୯ ପଇସା ଓ ଡିଜେଲ ଲିଟର ପିଛା ୯୮.୫୦ ପଇସା ମହଙ୍ଗା ହୋଇଛି।

Advertisment

ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ପାଞ୍ଚ ଦିନରେ ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୪ ଟଙ୍କା ପର୍ଯ୍ୟନ୍ତ  ମହଙ୍ଗା ହୋଇଛି ।

ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି। ସେପଟେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବଢୁଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ବଲ୍କ ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ।

Advertisment
Bus Fare Hiked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ