Advertisment

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିବ ୬ଟି ଟ୍ରାଭେଲର ବସ୍

ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ଭିଭାଗ ପକ୍ଷରୁ ଆଜିଠୁ ୬ଟି ବସ୍ ଚଳାଚଳ ଆରମ୍ଭ କରାଯାଉଛି ।

ଅଦ୍ୟତନ ହୋଇଛି
Similipal National Park

Similipal National Park

Advertisment

ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ଭିଭାଗ ପକ୍ଷରୁ ଆଜିଠୁ ୬ଟି ବସ୍ ଚଳାଚଳ ଆରମ୍ଭ କରାଯାଉଛି । ଫଳରେ ଅଭୟାରଣ୍ୟ ପ୍ରତି ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ବଢ଼ିବ ବୋଲି ପରିବେଶବିତମାନେ ଆଶାବ୍ୟକ୍ତ କରିଛନ୍ତି ।

Advertisment

ସେହିପରି ମିନି ବସକୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ ଗ୍ରୁପ ରକ୍ଷଣାବେକ୍ଷଣ କରିବ ଏଥିଲାଗି ଟିକେଟ ବୁକିଂ ଅଫଲାଇନରେ ହେବ । ଯଶିପୁରର ଧୋବାଡିହା ମୁଖ୍ୟଗେଟରେ ୪ଟି ଏବଂ ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ ନିକଟରେ ଦୁଇଟି ବସ ରହିବ । ଗୋଟିଏ ବସ୍‌ରେ ୧୨ ଜଣ ପର୍ଯ୍ୟଟକ ନେଚର କ୍ୟାମ୍ପକୁ ଯାଇପାରିବେ ପ୍ରତି ବସ୍‌ର ଭଡ଼ା ୬ ହଜାରରୁ ସାଢ଼େ ୬ ହଜାର ରଖାଯାଇଛି ।

ପର୍ଯ୍ୟଟନ ଋତୁ ଚାଲିଥିବାରୁ ଶିମିଳିପାଳରେ ପର୍ଯ୍ୟଟକ ଭିଡ଼ ଜମୁଛି। ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ। ଏହାସହ ଶୀତୁଆ ସକାଳର ଭରପୁର ମଜା ଉଠାଇ ନେଇଥାନ୍ତି ପର୍ଯ୍ୟଟକ।

Advertisment
Bus Services Similipal National Park
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ