Advertisment

ହାଇକୋର୍ଟରୁ ଜିଲ୍ଲା କୋର୍ଟ ଯାଏଁ, ପଡ଼ିରହିଛି ଲକ୍ଷାଧିକ ମାମଲା

ବକେୟା ମାମଲା ଗୁଡ଼ିକର ଆଶୁ ଫଇସଲା ପାଇଁ ଉଚ୍ଚନ୍ୟାୟାଳୟଙ୍କ ଏରିୟର୍ କମିଟି ଏବଂ ମିଶନ ମୋଡ୍ କମିଟି ଗଠନ କରାଯାଇଛି। ବିଚାରାଧିନ ମାମଲା ଗୁଡ଼ିକର ଶୀଘ୍ର ଫଇସଲା କରିବା ପାଇଁ ବ୍ୟବସ୍ଥା କରାଯାଉଛନ୍ତି ବୋଲି କହିଛନ୍ତି ଆଇନମନ୍ତ୍ରୀ।

undefined

High court

Advertisment

କଟକ: ହାଇକୋର୍ଟରୁ ଜିଲ୍ଲା କୋର୍ଟ ଯାଏଁ, ଫଇସଲା ନହୋଇ ପଡ଼ିରହିଛି ଲକ୍ଷାଧିକ ମାମଲା। ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲା କୋର୍ଟ ଗୁଡ଼ିକରେ ୧୭ ଲକ୍ଷ ୬୮ ହଜାର ୭୦୪ଟି ମାମଲା ଫଇସଲା ନହୋଇ ପଡ଼ିରହିଛି। ସେହିପରି ହାଇକୋର୍ଟରେ ପେଣ୍ଡିଂ ଅଛି ୧ ଲକ୍ଷ ୮୭ ହଜାର ୨୮ଟି କେସ୍। କୋଭିଡ୍ ସମୟରେ କେତେ ମାମଲା ବିଚାର ନହୋଇ ପଡ଼ିରହିଛି ଏବଂ କଣ ପଦକ୍ଷେପ ନିଆଯାଉଛି, ସେନେଇ ବିଜେଡି ବିଧାୟକ ଅନନ୍ତ ଦାସଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।

Advertisment

ବକେୟା ମାମଲା ଗୁଡ଼ିକର ଆଶୁ ଫଇସଲା ପାଇଁ ଉଚ୍ଚନ୍ୟାୟାଳୟଙ୍କ ଏରିୟର୍ କମିଟି ଏବଂ ମିଶନ ମୋଡ୍ କମିଟି ଗଠନ କରାଯାଇଛି। ବିଚାରାଧିନ ମାମଲା ଗୁଡ଼ିକର ଶୀଘ୍ର ଫଇସଲା କରିବା ପାଇଁ ବ୍ୟବସ୍ଥା କରାଯାଉଛନ୍ତି ବୋଲି କହିଛନ୍ତି ଆଇନମନ୍ତ୍ରୀ।

ତାସହ ହାଇକୋର୍ଟ ଜିଲ୍ଲା ଜଜ୍ ମାନଙ୍କୁ ପଡ଼ିରହିଥିବା ମାମଲା ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ନିୟମିତ ବ୍ୟବଧାନରେ ନିର୍ଦ୍ଦେଶ ଦେଇଥିବା ଆଇନମନ୍ତ୍ରୀ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି।

Advertisment
Cuttack Highcourt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ