ଅନ୍ଲାଇନ୍ ଠକେଇ ମାମଲା ଆଜିକାଲି ଏତେ ମାତ୍ରାରେ ବଢ଼ିଗଲାଣି ଯେ, ସାମାନ୍ୟ ଭୁଲ୍ ପାଇଁ ଆପଣ କାଙ୍ଗାଳ ହୋଇଯିବେ। ଲୋକଙ୍କୁ ଫସାଇବା ପାଇଁ ସାଇବର ଲୁଟେରା ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। କେତେବେଳେ ଲୋଭନୀୟ ଅଫର ତ ଆଉ କେତେବେଳେ ବିଭିନ୍ନ ପ୍ରକାରର କଥା କହି ଜାଲରେ ଫସାଇ ଠକମାନେ ଟଙ୍କା ଲୁଟି ନେଉଛନ୍ତି।ଅନ୍ଲାଇନ୍ରେ ରୁମ୍ ବୁକ କରିବାକୁ ଯାଇ ଭୁବନେଶ୍ୱରର ଜଣେ ବ୍ୟକ୍ତି ସାଇବର ଲୁଟେରାଙ୍କ ଶିକାର ହୋଇଛନ୍ତି।
ଶିରିଡିରେ ରୁମ୍ ବୁକ୍ କରିବା ନାଁରେ ଶ୍ରଦ୍ଧାଳୁ ଜଣକ ୨୪ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ସେ ଅଭିଯୋଗ କରିବା ସହ ଖୋଳତାଡ଼ କରିବାକୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ଶିରିଡି ସାଇ ବାବାଙ୍କ ଦର୍ଶନ ଲାଗି ସେଠାରେ ରହିବା ପାଇଁ ନିରଞ୍ଜନ ପାଢୀ ଅନ୍ଲାଇନ୍ରେ ରୁମ୍ ବୁକ୍ କରିବାକୁ ଗୁଗୁଲରେ କଷ୍ଟମର କେୟାର ନମ୍ବର ସଂଗ୍ରହ କରିଥିଲେ। ପରେ ସାଇବର ଠକଙ୍କ ହାବୁଡ଼ରେ ପଡି OTP ଦେଇ ୨୪ ହଜାର ଠକେଇର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି।