Advertisment

ଭୂତ ଖାଉଛି ହିତାଧିକାରୀଙ୍କ ଭତ୍ତା

ଭୂତ ଖାଉଛି ହିତାଧିକାରୀଙ୍କ ଭତ୍ତା। ସରକାରୀ ବ୍ୟବସ୍ଥା ଓ ଯୋଜନା କ’ଣ ଅସଲ ହିତାଧିକାରୀଙ୍କୁ ମିଳୁଛି ? କାରଣ ଭତ୍ତା ବଣ୍ଟନ ନେଇ ସରକାରୀ ବ୍ୟବସ୍ଥା ହୋଇଥିଲେ ବି ପ୍ରକୃତରେ କେତେ ହିତାଧିକାରୀଙ୍କୁ ମିଳୁଛି ତାର ଅଜବ ଚିତ୍ର ଏବେ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Fraud

Fraud

Advertisment

କେନ୍ଦୁଝର/ଉଦଳା: ଭୂତ ଖାଉଛି ହିତାଧିକାରୀଙ୍କ ଭତ୍ତା। ସରକାରୀ ବ୍ୟବସ୍ଥା ଓ ଯୋଜନା କ’ଣ ଅସଲ ହିତାଧିକାରୀଙ୍କୁ ମିଳୁଛି ? କାରଣ ଭତ୍ତା ବଣ୍ଟନ ନେଇ ସରକାରୀ ବ୍ୟବସ୍ଥା ହୋଇଥିଲେ ବି ପ୍ରକୃତରେ କେତେ ହିତାଧିକାରୀଙ୍କୁ ମିଳୁଛି ତାର ଅଜବ ଚିତ୍ର ଏବେ ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ତେନ୍ତଳାପଶି ପଞ୍ଚାୟତରେ କିଛି ବ୍ୟକ୍ତିଙ୍କ ମୃତ୍ୟୁର ୯ ବର୍ଷ ପରେ ବି ସେମାନଙ୍କ ନାଁରେ ଭତ୍ତା ଉଠାଯାଉଛି। ଖାଲି କେନ୍ଦୁଝର ନୁହେଁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ ସରକାରୀ ଯୋଜନାରେ ଘର ପାଇଁ ଠିକାଦାର ଟଙ୍କା ଉଠାଇବା ପରେ ବି ନିର୍ମାଣ ହେଉନି। ଦୀର୍ଘ ୫ ବର୍ଷ ଧରି ଲୋକେ ଅଭିଯୋଗ ପରେ ବି କୌଣସି ସୁଫଳ ମିଳିନାହିଁ। 

Advertisment

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ତେନ୍ତଳାପଶି ପଞ୍ଚାୟତର ଜଣେ ନୁହେଁ କି ୨ ଜଣ ନୁହେଁ ୩୩ ଜଣ ମୃତ ହିତାଧିକାରୀଙ୍କ ନାମରେ ଦୀର୍ଘ ୯ ବର୍ଷ ଧରି ଭତ୍ତା ବଣ୍ଟନ ଟଙ୍କା ହଡ଼ପ ନେଇ ଅଭିଯୋଗ ଆସିଛି। ଏହି ପଞ୍ଚାୟତର ୩ରୁ ୪ଜଣ ପିଇଓ ଏଥିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ଏହି ପିଇଓ ସରପଞ୍ଚଙ୍କ ସହ ମିଶି ଏଭଳି ଜାଲିଆତି କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ହେବ ବୋଲି କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।   

Advertisment

କେବଳ ଏତିକିରେ ସରିନି ଜାଲିଆତିର ଫର୍ଦ୍ଦ। ନୀରିହ ଖଡ଼ିଆ ଓ ମାଙ୍କଡିଆ ପରିବାର ସଦସ୍ୟଙ୍କ ଘର କରି ଦେବା ଲୋଭ ଦେଖାଇ ସେମାନଙ୍କ ଠାରୁ ହିତାଧିକାରୀ ଟଙ୍କା ହଡ଼ପ କରିଥିବା ନେଇ ବି ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ଉଠାଣ ସାହି ଗାଁରୁ ଏଭଳି ଅଭିଯୋଗ ଆସିଛି। ୫ ବର୍ଷ ପୂର୍ବେ ଏଠାକାର ଲୋକଙ୍କୁ ସରକାରଙ୍କ ଆବାସ ଯୋଜନାରେ ଘର ନିର୍ମାଣ ଲାଗି ୱାର୍କ ଅର୍ଡର ଆସିଥିଲା। ଜଣେ ଠିକାଦାର ସେମାନଙ୍କ ଘର ନିର୍ମାଣ କରିବା ଲୋଭ ଦେଖାଇ ଟଙ୍କା ଉଠାଇ ଥିଲେ ବି ଘର ନିର୍ମାଣ ସରିବାର ନାଁ ଧରୁନି।  ଏନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି କପ୍ତିପଦା ବ୍ଲକ ବିଡିଓ କହିଛନ୍ତି।  

ଏହି ଉଭୟ ମାମଲାରେ ଠକେଇର ଶିକାର ହୋଇଛନ୍ତି ନୀରିହ ହିତାଧିକାରୀ। ତେବେ ଏହାର ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। 

Advertisment
Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ