Advertisment

କେବେ ଶୃଙ୍ଖଳିତ ହେବ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ?

କେବେ ନିଯୁକ୍ତ ହେବେ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ୪ ବର୍ଷ ପରେ ବି ହେଲାନି ଅନୁପାଳନ । ସତ୍ୟପାଠ ଦାଖଲ ପାଖେଇ ଆସୁଥିବାରୁ ତତ୍ପର ଆଇନ ବିଭାଗ ।

ଅଦ୍ୟତନ ହୋଇଛି
Puri Srimandir

Puri Srimandir

Advertisment

୪ ବର୍ଷ ବିତିବାକୁ ବସିଲା, ହେଲେ ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ୨୫ ସୂତ୍ରୀ ଆଦେଶର କିନ୍ତୁ ଅନୁପାଳନ ହୋଇପାରିଲାନି । ଏବେ ଜବାବ ଦାଖଲ ସମୟ ପାଖେଇ ଆସୁଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ଶ୍ରୀମନ୍ଦିର ପ୍ରଶାସନଠୁ ଆକ୍ସନ ଟେକେନ ରିପୋର୍ଟ ମାଗିଛି ଆଇନ୍ ବିଭାଗ । ତେଣେ ପରିକ୍ରମା ପ୍ରକଳ୍ପ କାମ ଯୋଗୁଁ କୋର୍ଟଙ୍କ ଆଦେଶ ଅନୁପାଳନରେ ବିଳମ୍ବ ହୋଇଥିବା ସେବାୟତ ଓ ପରିଚାଳନା କମିଟି ସଦସ୍ୟ କହୁଥିବା ବେଳେ ପୁରୀ ପ୍ରଶାସନ କହିଛି ନିର୍ଦ୍ଦେଶ ମୁତାବକ ପ୍ରାୟ କାମ ଆରମ୍ଭ ହୋଇଗଲାଣି।...

Advertisment

ଆବେଦନକାରୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ୨୦୧୯ ନଭେମ୍ବର ୪ ତାରିଖରେ ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ଏମ୍. ଆର ଶାହା, ଜଷ୍ଟିସ୍ ଏମ୍ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ପାଇଁ ଦେଇଥିଲେ ୨୫ ସୂତ୍ରୀ ଫର୍ମୁଲା । ଯେଉଁଥିରେ ମନ୍ଦିରରେ ଦାନ ଦକ୍ଷିଣା ଆଦାୟ ବନ୍ଦ, ସେବାୟତ ଗୁରୁକୁଳ ପ୍ରତିଷ୍ଠା, ମହାପ୍ରଭୁଙ୍କ ଜମିଜମାର ସଠିକ୍ ତାଲିକା, କମ୍ ମୂଲ୍ୟରେ ଭକ୍ତଙ୍କ ରହଣୀ ବ୍ୟବସ୍ଥା ଆଦି ତୁରନ୍ତ ବ୍ୟବସ୍ଥା କରିବାକୁ ଉଲ୍ଲେଖ ରହିଛି । କେତେ ବାଟ ଯାଇଛି ଏସବୁ କାମ, ତା ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ଜବାବ ଦାଖଲର ସମୟ ପାଖେଇ ଆସୁଥିବାରୁ ଏଣେ ତତ୍ପର ହୋଇଛି ଆଇନ ବିଭାଗ।

ଅଧିକ ପଢ଼ନ୍ତୁ: ମିଳିଲା ହଜିଯାଇଥିବା ଶ୍ରୀମନ୍ଦିର ୨ ଫାଇଲ୍‌

ଗତ ୧୭ ତାରିଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ରିପୋର୍ଟ ବି ମାଗିଛି। ତେଣେ ପୁରୀ ଉପ-ଜିଲ୍ଲାପାଳ କହିଛନ୍ତି ସେବାୟତଙ୍କ ଲାଗି ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ଜାଗା ଚିହ୍ନଟ ସରିଥିବାବେଳେ, ବାସେଳି ସାହି ଥାନା ନିକଟରେ ୧୦ ଏକର ଜମିରେ ଧର୍ମଶାଳା ନିର୍ମାଣ ଆରମ୍ଭ ହୋଇଯାଇଛି। ବାକି ପ୍ରସଙ୍ଗରେ ଉଦ୍ୟମ ଜାରି ରହିଛି ।...

Advertisment

ଶ୍ରୀମନ୍ଦିରରେ ସବୁଠୁ ଅଧିକ ଅପରିହାର୍ଯ୍ୟ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା । ଯାହାର ତତ୍କାଳ ସୁବ୍ୟବସ୍ଥା ଲାଗି ସୁପ୍ରିମକୋର୍ଟଙ୍କ ଆଦେଶର ୪ବର୍ଷ ପରେ ଚିତ୍ର ଯଥା ପୂର୍ବଂ ତଥା ପରହ । ଡହ ଡହ ଖରାରେ ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଅପେକ୍ଷା ତ ଠେଲାପେଲା ହୋଇ ଶ୍ରୀମନ୍ଦିରକୁ ପ୍ରବେଶରୁ ଭକ୍ତଙ୍କୁ ମିଳୁନି ନିସ୍ତାର। ସେମିତି ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଲାଗିଲାନି କି ଦାନ ଦକ୍ଷିଣା ଆଦାୟ ଉଚ୍ଛେଦ ବି ହେଲାନି। ଯାହାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ବି ଚିନ୍ତା ପ୍ରକଟ କଲେଣି।

ତାସହ ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ବ୍ୟବସ୍ଥା ନିହାତି ଦରକାର ବୋଲି କୁହାଯାଇଥିଲା। ଯେହେତୁ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜାରି ରହିଛି, ତେଣୁ ଏହା ଶେଷ ହେଲେ ବାକି ସବୁ ସମସ୍ୟା ଧିରେ ଧିରେ ସମାଧାନ ହୋଇଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Advertisment

ଅନ୍ୟତମ ପ୍ରମୁଖ ନିର୍ଦ୍ଦେଶକ୍ରମେ ସୁପ୍ରିମକୋର୍ଟ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଥିବା ୬୦ ହଜାର ୪୧୮ ଏକର ଜମିର ଡିଜିଟାଇଜେସନ୍ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ତଥ୍ୟ ଅନୁସାରେ ଏଯାବତ୍ ମାତ୍ର ୩୪ ହଜାର ୨ଶହ ଏକରର ଡିଜିଟାଇଜେସନ୍ କାମ ହିଁ ସରିପାରିଛି।...

Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ