Advertisment

National Pollution Control Day: ପରିବେଶକୁ ସ୍ୱଚ୍ଛ ରଖିବାର ୪ଟି ସହଜ ଉପାୟ

ଆମ ପରିବେଶ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି, ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ସ୍ୱଚ୍ଛ କରିବା ସମସ୍ତଙ୍କ ଦାୟିତ୍ୱ। ତେବେ ଆସନ୍ତୁ ଏମିତି ୪ଟି ସହଜ ଉପାୟ ଜାଣିନେବା ଯାହାକୁ ନିଜ ହିସାବରେ ଗ୍ରହଣ କରି ପରିବେଶକୁ ସ୍ୱଚ୍ଛ ରଖିବାକୁ ଚେଷ୍ଟା କରିବା।

ଅଦ୍ୟତନ ହୋଇଛି
four ways how to reduce air pollution

four ways how to reduce air pollution

Advertisment

୧୯୮୪ରେ ଭୋପାଳ ଗ୍ୟାସ୍‌ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣାକୁ ମନେରଖିବା ଏବଂ ପ୍ରଦୂଷଣ ରୋକିବା ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରତିବର୍ଷ ୨ ଡିସେମ୍ବରରେ ‘ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ’ ପାଳନ କରାଯାଏ।

Advertisment

ଏହି ଦିନର ମହତ୍ତ୍ୱ ବିଷୟରେ କହିବାକୁ ଗଲେ, ଏହି ଦିନ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରାଯିବା ସହ ବିଭିନ୍ନ ପଦକ୍ଷେପ ନିଆଯାଏ, ଯେପରି ବିଷାକ୍ତ ବାୟୁ କାରଣରୁ ଅଧିକ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିବ ନାହିଁ। ତେବେ ଏମିତି କିଛି ମଧ୍ୟ ପଦକ୍ଷେପ ଅଛି ଯାହାକୁ ନିଜ ହିସାବରେ ଗ୍ରହଣ କରି ପରିବେଶକୁ ସ୍ୱଚ୍ଛ ରଖିବାକୁ ଚେଷ୍ଟା କରିପାରିବେ।

ଯାନବାହନର କମ୍ ବ୍ୟବହାର:

ଯାନବାହାନରୁ ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ। ତେଣୁ ଯାନବାହାନକୁ ଯେତେଦୂର ସମ୍ଭବ ଦୂର କରି ଅଧିକରୁ ଅଧିକ ସାଇକେଲ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ଯଦି ପିଲାମାନେ ସାଇକେଲ ଯୋଗେ ବିଦ୍ୟାଳୟକୁ ଯାଇପାରୁଛନ୍ତି, ତେବେ ଆପଣ କାର୍‌ କିମ୍ବା ବାଇକ୍‌ରେ ନେଇ ଛାଡିବାର ଆବଶ୍ୟକତା ନାହିଁ। ସେହିପରି ବ୍ୟକ୍ତିଗତ ଯାନ ବଦଳରେ ଯଥାସମ୍ଭବ ସାଧାରଣ ପରିବହନ ବ୍ୟବସ୍ଥାକୁ ବ୍ୟବହାର କରନ୍ତୁ।

Advertisment

ବିଦ୍ୟୁତ ବ୍ୟବହାରରେ ହ୍ରାସ:

ଆମ ଘରେ ପହଞ୍ଚୁଥିବା ବିଦ୍ୟୁତ ଯେଉଁ ଇନ୍ଧନରୁ ବାହାରୁ ଆସୁଛି ତାହା ବାୟୁ ପ୍ରଦୂଷଣରେ ସହାୟକ ହୋଇଥାଏ। ତେଣୁ ଯେତେବେଳେ ଆବଶ୍ୟକ ନାହିଁ ସେତେବେଳେ ବିଦ୍ୟୁତ୍ ବ୍ୟବହାର କରନ୍ତୁ ନାହିଁ। ଆବଶ୍ୟକ ଥିଲେ ଲାଇଟ୍, ଫ୍ୟାନ୍, ଏସି କିମ୍ବା କୁଲର୍ ବ୍ୟବହାର କରନ୍ତୁ। ଆରମ୍ଭରୁ ପିଲାମାନଙ୍କୁ ଏହି ଅଭ୍ୟାସଗୁଡିକ ଶିଖାନ୍ତୁ।

ବୃକ୍ଷ ରୋପଣ:

‘ବୃକ୍ଷ ହିଁ ଜୀବନ’ ଏହା ସମସ୍ତେ ଜାଣନ୍ତି। ତେଣୁ ରାସ୍ତା-ଘାଟ ହେଉ କି ବାଡି-ବଗିଚା ବା ଆପଣ ନିଜ ବାଲ୍‌କୋନୀରେ କିମ୍ବା ଆପଣଙ୍କ ଘର ପ୍ରାଙ୍ଗଣରେ ଗଛ ଲଗାଇ ପାରିବେ। ଏହା କରିବା ଦ୍ୱାରା ଆପଣ କେବଳ ବିଷାକ୍ତ ବାୟୁକୁ ମୁକ୍ତ କରିବାରେ ସହଯୋଗ କରିବେ ନାହିଁ ବରଂ ଏହା ଦ୍ୱାରା ଶୁଦ୍ଧ ବାୟୁ ମଧ୍ୟ ସୃଷ୍ଟି ହେବ।

Advertisment

ଧୂଆଁ ହ୍ରାସ:

ଧୂମପାନ, କୋଇଲା ଜାଳିବା, କ୍ରାକର କିମ୍ବା କାଠ ଜାଳିବା ଦ୍ୱାରା ବାୟୁ ପ୍ରଦୂଷଣ ବୃଦ୍ଧି ହୋଇଥାଏ। ବିଶେଷକରି ଦୀପାବଳି ପରେ ଦେଖାଯାଏ ମୁଣ୍ଡ ଉପରେ ଧୂଆଁ ଘୁରି ବୁଲିବାର। ଏହି ଛୋଟ ଛୋଟ ଜିନିଷଗୁଡ଼ିକ ବଡ଼ ସମସ୍ୟାର କାରଣ ହୋଇଥାଏ। ଏଗୁଡିକରୁ ଦୂରେଇ ରହିବା ସହ ନିଜେ ବସବାସ କରୁଥିବା ପରିବେଶକୁ ସଫା ରଖିବାକୁ ଚେଷ୍ଟା କରିବା ଜରୁରୀ।

Pollution Control Board Bhopal Gas Tragedy Environment Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ