Former Senior Police Officer Died In Dengue
ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର କରୁଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ପୋଲିସ୍ ଅଧିକାରୀ ଜଣକ ହେଲେ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ।
ସୂଚନା ଅନୁସାରେ, ସୁଦର୍ଶନ ସେଠୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି।
ସେପଟେ ରାଜଧାନୀରେ ୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଆକ୍ରାନ୍ତମାନେ ନୀଳାଦ୍ରିବିହାର ଓ ଡମଣା ଅଞ୍ଚଳର। ଲୋକମାନେ ଡେଙ୍ଗୁ ପ୍ରତି ସଚେତନ ରହିବାକୁ ଭୁବନେଶ୍ୱର ମେୟର ପରାମର୍ଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1654756340.jpg)