Advertisment

ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ

ସିଡିଏ-୬ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ଅନାଦିଙ୍କ ପରଲୋକ ।

ଅଦ୍ୟତନ ହୋଇଛି
Anadi Sahu

Anadi Sahu

Advertisment

କଟକରେ ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ। ସିଡିଏ-୬ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ଅନାଦିଙ୍କ ପରଲୋକ ଘଟିଛି। ବ୍ରହ୍ମପୁରରୁ ବିଜେପିର ସାଂସଦ ମଧ୍ୟ ଥିଲେ ଅନାଦି ସାହୁ। ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି।

Advertisment

ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ୨ରୁ୩ ବର୍ଷ ହେବ ସେ ଶର୍ଯ୍ୟାଶାୟୀ ଥିଲେ। ଅନାଦି ସାହୁ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ତାଙ୍କ ନାଁ ଥିଲା। ଏହାସହ ସେ ରାଜନୀତିରେ ମଧ୍ୟ ସାମିଲ ହୋଇଥିଲେ। ବ୍ରହ୍ମପୁରରୁ ବିଜେପିର ସାଂସଦ ମଧ୍ୟ ହୋଇ ଥିଲେ। କିଛି ବର୍ଷ ହେଲା ଅନାଦି ସାହୁ ରାଜନୀତ ଦୂରେଇ ଯାଇଥିଲେ।

ସାହିତ୍ୟ କ୍ଷେତ୍ରରେ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି। ସେ ବିଭିନ୍ନ ପୁସ୍ତକ ଲେଖିଛନ୍ତି। ଅନାଦି ସାହୁଙ୍କ ଶେଷ ଦର୍ଶନ କରିବା ପାଇଁ ସିଡିଏ ସ୍ଥିତ ବାସଭବନରେ ନେତା ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି। ଅନାଦି ସାହୁଙ୍କ ଶେଷକୃତ୍ୟ କଟକର ସତୀ ଚଉରାରେ ହେବ ବୋଲି ସୂଚନା ମିଳିଛି।

Advertisment

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ