Advertisment

ଜୀବନ୍ତ କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼: ମାଛ ଲୋଭରେ ଆସି ଧରାପଡ଼ିଲା ..

ବହୁ ସମୟର କସରତ ପରେ କୁମ୍ଭୀରକୁ ଧରିଲା ବନବିଭାଗ

ଅଦ୍ୟତନ ହୋଇଛି
Crocodile Rescued In Nabarangpur

Forest officials rescue crocodile from pond

Advertisment

ମାଛ ଲୋଭରେ ଆସି ପୋଖରୀରୁ ଧରାପଡ଼ିଲା କୁମ୍ଭୀର । ବହୁ ସମୟର କସରତ ପରେ କୁମ୍ଭୀରକୁ ଧରିଲା ବନବିଭାଗ । ପ୍ରଥମ ଥର ପାଇଁ ପୋଖରୀରେ ଜୀଅନ୍ତା କୁମ୍ଭୀର ଦେଖି ଆଶ୍ଚର୍ଯ୍ୟ ଓ ଆତଙ୍କିତ ସ୍ଥାନୀୟ ବାସିନ୍ଦା । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ମୁର୍ତ୍ତୁମା ପଞ୍ଚାୟତ ଅନ୍ତର୍ଗତ ଖାଡ଼କା ଗାଁରେ ।

Advertisment

ଉମରକୋଟର ରାଜେଶ ଘୋଷଙ୍କ ଖାଡ଼କା ସ୍ଥିତ ମାଛଚାଷ ହେଉଥିବା ପୋଖରୀରେ ଆଜି ହଠାତ୍ ଏକ କୁମ୍ଭୀର ଭାସୁଥିବା ଦେଖି, ଭୟଭୀତ ହୋଇ ସେ ବନ ବିଭାଗକୁ ଖବର ଦେଇଥିଲେ । କୁମ୍ଭୀର ମାଛ ଖାଇବା ଉଦ୍ଦେଶ୍ୟରେ ନିକଟସ୍ଥ ଭାସ୍କେଲ ଡ୍ୟାମରୁ ପଳାଇ ଆସିଥିବା ଅନୁମାନ କରୁଛି ବନବିଭାଗ ।

ଏ ଅଂଚଳରେ ପ୍ରଥମ କରି ଏଭଳି ଏକ ପୋଖରୀରେ କୁମ୍ଭୀର ଭାସୁଥିବା ଖବର ଅଂଚଳବାସୀଙ୍କୁ ଚକିତ ଯେତିକି କରିଛି, ସେତିକି ଭୟଭୀତ ମଧ୍ୟ କରିଛି । ଲୋକେ ଜୀବନ୍ତ କୁମ୍ଭୀରକୁ ଦେଖିବାକୁ ଭିଡ଼ ଜମାଇଥିଲେ ।...

Advertisment
Crocodile Crocodile Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ