Advertisment

ଆ଼ହତ ଭାଲୁକୁ ଉଦ୍ଧାର କଲା ବନବିଭାଗ

୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଭାଲୁ । ସଂଧ୍ୟା ହେବା ପରେ ବନବିଭାଗର ଟିମ୍ ପ୍ରଥମେ ଭାଲୁ ଚଢିଥିବା ଗଛର ଚାରି ପଟେ ଜାଲ ବିଛାଇ ଥିଲେ । ପରେ ଗଛଟିକୁ ହଲାଇବାରୁ ଭାଲୁଟି ତଳକୁ ଆସିଥିଲା । ଏହାପରେ ତୁରନ୍ତ ଭାଲୁଟିକୁ କାବୁ କରିନେଇଥିଲା ବନବିଭାଗ । ଭାଲୁଟି ଆହତ ହୋଇଥିବାରୁ ତାର ଚିକିତ୍ସା କରାଯାଉଛି ।

Bear Rescue

ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଭାଲୁକୁ ଉଦ୍ଧାର କରିବା ପାଇଁ ମାଲକାନଗିରି ଓ ବାଲିମେଳାର ଦୁଇଟି ଟିମ୍‌ରେ ୨୦ ଜଣ ବନ କର୍ମଚାରୀ ସାମିଲ ହୋଇଥିଲେ । ସେପଟେ ଗୋଠରୁ ଭାଲୁ ଅଲଗା ହୋଇଥିବାରୁ ଅନ୍ୟ ଭାଲୁ ମାନେ ଆସିବା ଆଶଙ୍କା କରି ସ୍ଥାନୀୟ ଲୋକଙ୍କୁ ବନବିଭାଗ ସଚେଚନ କରିଛନ୍ତି ।

ଗତକାଲି ମାଲକାନଗିରି ଜିଲ୍ଲା MV-୨୦ ଗ୍ରାମରେ ଭାଲୁଟି ଗଛ ଉପରେ ବସିଥିବା ଦେଖିବାକୁ ମିଳିଥିଲା । ଭାଲୁ ଦେହରେ ଦୁଇଟି ତୀର ବାଜିଥିଲା । ଭାଲୁକୁ କେହି ଶିକାର କରୁଥିବା ସମୟରେ ଭାଲୁ ଦେହରେ ଦୁଇଟି ତୀର ବାଜିଛି ବୋଲି କୁହାଯାଉଛି। ଏହା ପରେ ଭାଲୁଟି ଭୟଭୀତ ହୋଇ ଆହତ ଅବସ୍ଥାରେ ଗଛରେ ଚଢିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଭାଲୁଟିକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ ଭାଲୁଟିକୁ ଉଦ୍ଧାର କରିବାକୁ ସେଠାରେ କାଲି ପହଞ୍ଚିଥିଲା ।

Advertisment
Malkangiri Bear Rescue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ