Advertisment

ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

ଲଗାଣ ବର୍ଷା ପାଇଁ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ଷା ଯୋଗୁଁ ବନ୍ୟ ଜନ୍ତୁଙ୍କର ଯେପରି କ୍ଷତି ନ ହୁଏ, ସେଥିଲାଗି ପ୍ରସ୍ତୁତ ରହିବା ପାଇଁ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଡିଏଫ୍ଓଙ୍କୁ କୁହାଯାଇଛି

କେମିତି ମଲା ହାତୀ ?

elephant

Advertisment

ଭୁବନେଶ୍ୱର: ଲଗାଣ ବର୍ଷା ପାଇଁ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ଷା ଯୋଗୁଁ ବନ୍ୟ ଜନ୍ତୁଙ୍କର ଯେପରି କ୍ଷତି ନ ହୁଏ, ସେଥିଲାଗି ପ୍ରସ୍ତୁତ ରହିବା ପାଇଁ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଡିଏଫ୍ଓଙ୍କୁ କୁହାଯାଇଛି। ବିଶେଷ କରି ବାଲୁଖଣ୍ଡ ଓ ଭିତରକନିକାକୁ ଫୋକସରେ ରଖାଯାଇଛି। ଏହାଛଡ଼ା ହାତୀ ମଣିଷ ଲଢ଼େଇ ରୋକିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନୂଆ ପ୍ରଣାଳୀ ଆପଣାଯାଇଛି। ଜନବସତି ଆଡ଼କୁ ହାତୀ ଯେପରି ନ ଆସିବେ ସେଥିଲାଗି ଆଫ୍ରିକୀୟ ଦେଶରେ ଜନବସତି ପାଖରେ ମହୁ ବସା ଲଗାଯାଏ।

Advertisment

ଠିକ ସେହିପରି ଆଠମଲ୍ଲିକ ଓ କେନ୍ଦୁଝରରେ ଏଭଳି ପ୍ରଣାଳୀ ଆପଣାଯିବ ବୋଲି ପିସିସିଏଫ୍ କହିଛନ୍ତି। ସେହିପରି ହାତୀ ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦେବାକୁ ବନ ସୁରକ୍ଷା ସମିତି ସଦସ୍ୟଙ୍କୁ ଗଜ ସାଥୀ ରୂପେ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି। ପ୍ରତି ବନ ସୁରକ୍ଷା ସମିତିର ପାଞ୍ଚ ଜଣଙ୍କୁ ଗଜ ସାଥୀ ରୂପେ ଦାୟିତ୍ୱ ଦେବାକୁ ଯୋଜନା କରାଯାଉଛି। ପ୍ରତି ବନ ସୁରକ୍ଷା ସମିତିକୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ବାଦାମ ପାହାଡ଼ ଓ ଶିମିଳିପାଳରେ ହାତୀଙ୍କ ବେକରେ ରେଡ଼ିଓ କୋଲାର ଲଗାଯିବ।

Advertisment
Odisha Forest Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ