Advertisment

ରାଜ୍ୟରେ ପ୍ରଥମ ଥର ପାଇଁ ଏୟାର ଆମ୍ବୁଲାନ୍ସ ସେବା

ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ ।

Air Aumbalance

Air Aumbalance

Advertisment

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା । ଆସନ୍ତାକାଲିଠୁ ୪ ଜିଲ୍ଲା ପାଇଁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ୪ ଜିଲ୍ଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ଭୁବନେଶ୍ୱରରୁ ଏହି ସେବା ଆରମ୍ଭ କରାଯିବା ନେଇ ନବ ଦାସ ସୂଚନା ଦେଇଛନ୍ତି । ଏହା ଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Advertisment

ଗରିବ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଆରମ୍ଭ ହେବ। ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସୋମବାର ପୂର୍ବାହ୍ନ ୧୦ରୁ ୧୧ଟା ଭିତରେ ଏହି ସେବାର ଶୁଭାରମ୍ଭ ହେବ। ଏହା ଦ୍ୱାରା ବହୁ ଗରିବ ଲୋକେ ଚିକିତ୍ସିତ ହୋଇପାରିବେ ଏବଂ ଏହାର ସୁବିଧା ପାଇପାରିବେ। ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଯାହା ସେୟାର୍ ଆମ୍ବୁଲାନ୍ସରେ ହୁଏ, ସେମିତି ଏୟାର ଆମ୍ବୁଲାନ୍ସ ପରିଚାଳିତ ହେବ। ଜିଲ୍ଲା ଗୁଡ଼ିକରୁ ଆବେଦନ ଆସିବା ପରେ ଏହାକୁ ଉଚିତ୍ ଭାବେ ମ୍ୟାନେଜ୍ କରାଯିବ। ଏହାଦ୍ୱାରା ବିଶେଷକରି ଗରିବ ଲୋକେ ବହୁତ ଉପକୃତ ହେବେ। ତେବେ ସବୁ କିଛି ଏୟାର ଆମ୍ବୁଲାନ୍ସ ନୀତି ନିୟମ ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ ବେଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ