Advertisment

ଭଦ୍ରକବାସୀଙ୍କ ଲାଗି କଣ୍ଟିଘାଇ କାଳ...ବୈତରଣୀ ଉଛୁଳିଲେ ଘରେ ପାଣି ପଶୁଛି

କେବଳ ଦୁଇଟି ଏସକେପ୍‌ ପାଇଁ ବୁଡୁଛି ଭଦ୍ରକ । ଟିକିଏ ବଢି ଆସିଲେ ଘରେ ଘରେ ପଶୁଛି ପାଣି...ଖେଳୁଛି ସାପ । ବର୍ଷବର୍ଷ ଧରି ଦାବି କରିବା ପରେ ପ୍ରଶାସନ ସାଜିଛି ନିଦାବିଷ୍ଣୁ...ଲୋକେ କହୁଛନ୍ତି ଯାଜପୁରର ଉନ୍ନତି ହେଉଛି ହେଲେ ଆମର କିଛି ହେଉନି

ଅଦ୍ୟତନ ହୋଇଛି
Flooded Baitarani river

Flooded Baitarani river

Advertisment

ମାତ୍ର ଦୁଇଟି ଏସକେପ୍‌ ପାଇଁ ବୁଡୁଛି ପୂରା ଭଦ୍ରକ ଜିଲ୍ଲା । ହଜାର ହଜାର ହେକ୍ଟର ଜମିରେ ମାଡିଯାଉଛି ବାଲି...ଲକ୍ଷଲକ୍ଷ ଟଙ୍କାର କ୍ଷତି ସହୁଛି ଚାଷୀ । ଇଏ ବର୍ଷେ କି ଦୁଇବର୍ଷର ସମସ୍ୟା ନୁହେଁ ବରଂ ବହୁବର୍ଷର ସମସ୍ୟା । ପ୍ରଶାସନଙ୍କଠୁ ରାଜନେତା...ସମସ୍ତଙ୍କୁ ଗୁହାରି କରିଛନ୍ତି ଭଦ୍ରକବାସୀ ହେଲେ ଗୁହାରି ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ହିଁ ନାହିଁ ।

Advertisment

କଣ୍ଟିଘାଇର ଦେଇ ବୈତରଣୀରୁ ବନ୍ୟା ପାଣି ପଶେ ଭଦ୍ରକ ଜିଲ୍ଲାରେ । ଖାଲି ପଶୁଛି ତାହା ନୁହେଁ ବରଂ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଉଛି । ଘରେ ପାଣି ପଶୁଛି ତ ଚାଷ ଜମିକୁ ନଷ୍ଟ କରିଦେଉଛି । ଏମିତି ମାଇଲ ମାଇଲ ରାସ୍ତାକୁ ନଷ୍ଟ କରିଦେଉଛି । ହେଲେ ସମସ୍ୟାର ସମାଧାନ ହେବାର ନା ଧରୁନି । ପ୍ରତିବର୍ଷ ବନ୍ୟା ସରିବା ପରେ ରାସ୍ତାର ଅବସ୍ଥା ପୂରା ବେହାଲ ହୋଇ ପଡେ । ହେଲେ ଏଥର କିନ୍ତୁ ବନ୍ୟା ପୂର୍ବରୁ ରାସ୍ତା ଅବସ୍ଥା ପୂରା ଶୋଚନୀୟ ।

ରାସ୍ତା ଅବସ୍ଥା ସାଙ୍ଘାତିକ ହେଉଥିବାରୁ ପ୍ରତିମାସ ଛୋଟ ବଡ ଦୁର୍ଘଟଣା ହେଉଛି । ସେଇଥି ଲାଗି ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ରାସ୍ତା ବି ନିର୍ମାଣ ହେଉଛି । କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ । ତେଣୁ ଚିନ୍ତାରେ ଲୋକ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାର ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଅବସ୍ଥାରେ ରହିଛି । ତେଣୁ ନଈରେ ବନ୍ୟା ଆସିଲେ ସ୍ଥିତି ସଙ୍ଗୀନ ହେବ ବୋଲି ସନ୍ଦେହ କରୁଛନ୍ତି ଲୋକେ ।

Advertisment

ଅଭିଯୋଗ ଏତିକିରେ ସରିନି ବରଂ ବନ୍ଦ ନିର୍ମାଣ ନାଁରେ କୋଟି କୋଟି ଟଙ୍କା ଚଳୁ ହେଉଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଦୁଃଖର କଥା ଠିକ୍‌ରେ ନିର୍ମାଣ ହୋଇପାରିନି ନଈ ବନ୍ଧ । ବିଶେଷ କରି ବୈତରଣୀରେ ବନ୍ୟା ଆସିଲେ ଭଣ୍ଡାରିପୋଖରୀ, ଧାମନଗର,ତିହିଡି ଓ ଚାନ୍ଦବାଲିକୁ ପାଣି ପ୍ରବେଶ କରିଥାଏ । ଆଉ ଏହାର ପ୍ରଭାବରେ ୪ ବ୍ଲକର ୫୦ରୁ ଅଧିକ ପଂଚାୟତ ପ୍ରଭାବିତ ବି ହୁଏ ।

ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ କଣ୍ଟିଘାଇ ମରାମତି କରିବା ଲାଗି ଭଦ୍ରକବାସୀ ଦୀର୍ଘଦିନ ହେଲାଣି ଦାବି କରୁଛନ୍ତି ହେଲେ ପ୍ରଶାସନ ନିଦାବିଷ୍ଣୁ ହୋଇ ବସିଛି, ଆଉ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । କଣ୍ଟିଘାଇ ଏସକେପକୁ ପ୍ରଶାସନ ଆଖି ବୁଜି ଦେଇଥିବା ବେଳେ ବାଲି ପୋଖରୀ ଏସକେପ ନିର୍ମାଣ କାମ ଅଧପନ୍ତରିଆ ହୋଇ ପଡିରହିଛି । ଯାହାକୁ ସ୍ଥାନୀୟ ଅଂଚଳରେ ବଢୁଛି ଅସନ୍ତୋଷ ।

Advertisment

ଭଣ୍ଡାରୀପୋଖରୀ ରାସ୍ତା ଶୋଚନୀୟ ଓ ବନ୍ୟା କଥାକୁ ନେଇ ବିଧାୟକ କହିଛନ୍ତି, ବୈତରଣୀରେ ବନ୍ୟା ନ ହେବା ପାଇଁ ୩ରୁ ୪ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସରକାର ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ସମୟ କହିବ କେବେ ବନ୍ୟାସ୍ଥିତିରେ ସୁଧାର ଆସୁଛି, କେବେ ଭଣ୍ଡାରିପୋଖରୀ ବାସିନ୍ଦାଙ୍କ ଦୁଃଖ ସରୁଛି ।

Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ