Advertisment

ଉଛୁଳୁଛି ସୁବର୍ଣ୍ଣରେଖା: ତଳିଆ ଅଂଚଳରେ ପଶିଲାଣି ପାଣି

ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ସୁବର୍ଣ୍ଣରେଖା ନଦୀ ର ରାଜଘାଟ ଠାରେ ସତର୍କ ସୂଚନା ୯.୪୫ ରହିଛି। ଆଜି ସକାଳ ୭ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୨୪ ମିଟରରେ ପ୍ରବାହିତ ହେଉଛି

flood alert

flood alert

Advertisment

ବାଲେଶ୍ୱର: ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ସୁବର୍ଣ୍ଣରେଖା ନଦୀ ର ରାଜଘାଟ ଠାରେ ସତର୍କ ସୂଚନା ୯.୪୫ ରହିଛି। ଆଜି ସକାଳ ୭ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୨୪ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ବର୍ଷାରେ ନଦୀ ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଝାଡଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତ ତିନି ଦିନ ମଧ୍ୟରେ ୬୧୫୦ ହଜାର କ୍ୟୁସେକ ପାଣି ନିଷ୍କାସନ କରାଯାଇଛି । ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଜଳେଶ୍ଵର ,ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବିଭିନ୍ନ ସ୍ଥାନରେ ବନ୍ଧ ଦୁର୍ବଳ ଥିବା ରୁ ନଦୀ ତଟବର୍ତ୍ତୀ ଏବଂ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଅଂଚଳ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୋଗରାଇ ବ୍ଲକର ଗବଗା, ନହରା,ନାଚିନ୍ଦ।,କୁସୁଡା, ଅରୁହା ବୃତ୍ତି, ଖରଦି ପିପଳ,, ସମେତ ୬ ପଂଚାୟତ ର ୪୦ ଗ୍ରାମ ଓ ବାଲିଆପାଳ ବ୍ଲକର ଅସ୍ତି,ଜାମକୁଣ୍ଡା,ବିଷ୍ଣୁପୁର,ବାଲିଆପାଳ,ମଧୁପୁରା ଓ,ନିଖିରା ପ୍ରଭୃତି ପଞ୍ଚାୟତରୁ ୩୦ରୁ ଅଧିକରୁ ଗାଁ ପାଣିଘେରରେ ରହିଛି । ଏବଂ ଜଳେଶ୍ୱର ବ୍ଲକର ୧୦ ରୁ ଅଧିକ ଗାଁଆ ରେ ବନ୍ୟା ପାଣି ପ୍ରବେଶ କରିଛି।

Advertisment

ଗାଁରେ ବନ୍ୟା ପାଣି ପଶିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ରାସ୍ତା ଉପରେ ୪ ଫୁଟ ଲେଖାଏଁ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ମଧ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବାଲିଆପାଳ ତହସିଲଦାର ବାଲିଆପାଳ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳ ଗସ୍ତ କରି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ମାଇକ ଯୋଗେ ପ୍ରଚାର କରୁଛନ୍ତି।

Flood Balasore Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ